ବାଲ ମୁକୁନ୍ଦ କେନ୍ଦ୍ରରେ ବନ୍ଧୁତା ଦିବସ ପାଳିତ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତା ଦିବସ ଅବସରରେ  ସ୍ଥାନୀୟ ରାଜୁଗୁରୁ ସାହି  ପରିଛା ମଠ ଠାରେ ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟ  ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି ।
ସ୍ଵାମୀ ମୁକୁନ୍ଦାନନ୍ଦ ଜୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶକୁ କେନ୍ଦ୍ର ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶିଶୁ ମାନଙ୍କୁ ଅବଗତ କରାଇଥିଲେ ଏବଂ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଯୋଗାସନ କରିବା ପାଇଁ ନିଶ୍ଚିତ କରାଇଥିଲେ। ଏଥିରେ ଅତିଥି ରୂପେ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ପି. ନାନିବାବୁ ଯୋଗ ଦେଇ ମେଲେରିଆ ,ଡେଙ୍ଗୁ ତଥା ବିଭିନ୍ନ ରୋଗର ପ୍ରତିକାର ଗୁଡିକ ବୁଝାଇ ସଚେତନ କରାଇଥିଲେ।
ଅତିଥିଙ୍କ ଗ୍ରହଣରେ ରହି ଶିଶୁ ମନେ  ଦଳଗତ ବନ୍ଧୁ ସ୍ଥାପନ କରି ଯୁଗଳ ସରକାର  ଏବଂ ଜଗତ୍ ଗୁରୁ କୃପାଳୁ ଜୀ ମହାରାଜଙ୍କ ଆଳତୀ ସହ ବନ୍ଧୁତା ଦିବସ ପାଳନ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସଚେତନା ସମ୍ବନ୍ଧୀୟ ଚିତ୍ରାଙ୍କନ ଏବଂ ସଙ୍ଗୀତ ଶିକ୍ଷା ସତ୍ୟ ନାରାୟଣ ଆପଟ ଏବଂ ମୂରଲୀଧର ପରିଛା ତୁଲାଇ ଥିଲେ |

Leave A Reply

Your email address will not be published.