ସଂଗ୍ରାମଜିତ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ

0

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । 2007 ବ୍ୟଚ ଆଇଏଏସ ଅଫିସର ତଥା ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ୨୦୦୪ ବ୍ୟାଚ୍‍ ଆଇଏଏସ୍‍ ନିରଞ୍ଜନ ସାହୁଙ୍କୁ ହେଲେ ଶ୍ରମ କମିଶନର  ଦାୟିତ୍ୱ ପ୍ରଦାନ କରାଯାଇଛି ।  ୨୦୦୭ ବ୍ୟାଚ୍‍ ଆଇଏଏସ୍‍ ସୁଶାନ୍ତ ମହାପାତ୍ରଙ୍କୁ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସଚିବ ଭାବେ ବଦଳି କରାଯାଇଛି । ନୟାଗଡ ଜିଲ୍ଲାପାଳ ଥିବା ୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଏନ୍‍.ଥିରୁମାଲା ନାୟକଙ୍କୁ  ମତ୍ସ୍ୟ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । କୋରାପୁଟ ଜିଲ୍ଲାପାଳ ଥିବା ୨୦୧୨ ଚ୍ୟାଚ୍‍ ଆଇଏଏସ୍‍ ପୁମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍‍ ଅଫିସର ମଧୁସୂଦନ ମିଶ୍ରଙ୍କୁ  କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି  । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଏସ୍‍.ଡି.ଭାଉସାହେବଙ୍କୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

Leave A Reply

Your email address will not be published.