ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) :ଆଜିି ଜୀବନ ବୀମା ମିଳିିତ ମଞ୍ଚ(ଅଫିସର ସଂଘ,ଉନ୍ନୟନ ଅଫିସର ସଂଘ ଓ ବୀମା କର୍ମଚାରୀ ସଂଘ)ତରଫରୁ ଏକ’ ପ୍ରତିିବାଦ ସଭା’ ବେହେରାମାଳ ସ୍ଥିତଜୀବନଜ୍ୟାେତିି ଭବନ ଠାରେ ଅରୁନ ଚଇନିିଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ହୋଇଯାଇଛିି। ସଭାକୁ ସମ୍ବୋଧିତ କରିି କମ୍ରେଡ ରତ୍ନାକର ପ୍ରଧାନ କହିିଲେ: ଭାରତୀୟ ଜୀବନ ବୀମା ନୀଗମ, ଦେଶର ଏକ ନଂ ଆର୍ଥିକ ସଂସ୍ଥା | ଆଜିି ପର୍ଯ୍ୟନ୍ତ ଦେଶର ସମସ୍ତନିିର୍ମାଣ,ସେବାକାର୍ଯ୍ୟ,ବିଦ୍ୟୁତ ,ରେଳ ଓ ସାମରୀକ ସଂସ୍ଥା ପାଇଁ ୨୧ ଲକ୍ଷ କୋଟି ଟଙ୍କା ବିିନିିଯୋଗ କରିିଛିି ଓ ଅନ୍ୟ ଆଡେ ଦେଶର ୧୩ତମ ପଞ୍ଚବାର୍ଷିକ(୨୦୧୭-୨୦୨୨)ପାଇଁ ୭ଲକ୍ଷ କୋଟି ଟଙ୍କା ବିିନିଯୋଗ କରିିବା ପାଇଁ ପ୍ରସ୍ତାବ ରହିିଛିି। ଏପରିିଲାଭ ଦାୟକ ସଂସ୍ଥା ସତ୍ତ୍ବେ,LIC କୁ ଫଟକା ବଜାରରେ ନାମୀତ କରିିବା ମୋଦୀ ସରକାରଙ୍କ ଘୃଣ୍ୟ ମନସାକୁ ମିଳିିତ ମଞ୍ଚ ପ୍ରତିିବାଦ କରୁଛିି । ଅନ୍ୟ ପକ୍ଷରେ 100% FDI(ପ୍ରତ୍ୟକ୍ଷ ପୁଞ୍ଜି ନିିବେଶ) ବୀମା ଶୀଳ୍ପରେ ଆଣିବାର ଯେଉଁ ଷଡଯନ୍ତ୍ର କରାଯାଉଛିି,ତାକୁ ସଂଘ ବିିରୋଧ କରୁଛିି। ତତ୍ ସହିିତ LICର ମଜୁରୀ ସଂଶୋଧନ ଗତ ୨୦୧୭ ଅଗଷ୍ଟରୁ ବିିଜେପି ସରକାରଙ୍କ ଟାଳଠୁଳ ନୀତିି ଯୋଗୁଁ ପଡିିରହିିଛିି,ଯାହାକୁ ତୁରନ୍ତ ଫଇସଲା କରିିବାକୁ ଦାବିି ଜଣାଉଛୁ। ଅନ୍ୟ ପକ୍ଷରେ ମୋଦି ସରକାରଙ୍କ ଶ୍ରମ ଆଇନ ସଂଶୋଧନ ଓ ଓ୍ବେଜ ବିିଲ୍-୨୦୧୯ କୁ ମିଳିିତ ସଂଘ ପୁର୍ଣ୍ଣ ରୂପେ ବିିରୋଧ କରୁଛିି,ଯଦିି ସଂଶୋଧନ କରାଯାଏ ତେବେ ଧର୍ମଘଟ କରିିବାକୁ ଚେତାବନୀ
ଦେଉଛୁ। ଏହିି ଅବସରରେ ଆଶିଷ ଶୁକ୍ଳା,କନକ ନାୟକ,ଅଶୋକ ପଟେଲ,ଶଶି ଭୂଷଣ ସାଏ,ସବିିତା ଡୁଡୁମ,ବସନ୍ତ ନାଥ,ବିିଶ୍ବେସର ଭଇଁଷା,ଗୋବିିନ୍ଦଭରାସାଗର,ଦୀପିକା ବାଲ୍ସା,ଉଦିତ ଉରମା,କୁଞ୍ଜବିିହାରୀ ରୋହିିଦାଶ,ଓ ଗୈାରାଙ୍ଗ ଚରଣ ମାଝି ଉପସ୍ଥିତ ଥିଲା ବେଳେ, ବେଦବ୍ୟାସ ଭୋଇ ଧନ୍ୟବାଦ ଅର୍ପଣ କରିିଥିଲେଏବଂ ଗୋପୀନାଥ ମିଶ୍ର କେନ୍ଦ୍ର ବିିରୋଧି ସ୍ଳୋଗାନଦେଇଥିଲେ !
Sign in
Sign in
Recover your password.
A password will be e-mailed to you.