ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ): ଝାରସୁଗୁଡ଼ା ପ୍ରଶାସନ ଠିକା ସଂସ୍ଥା ଏବଂ ମୃତ ମୁମତାଜ ଖାନ୍ ଙ୍କ ପରିବାର ମଧ୍ୟରେ ତ୍ରିପାକ୍ଷିକ ବୈଠକ ଜିଲ୍ଲା ପ୍ରଶାସନ କାର୍ଯ୍ୟଳୟରେ ହୋଇଥିଲା ଏବଂ ଏହି ଆଲୋଚନାରେ ମୃତକଙ୍କ ଦୁଇ ସନ୍ତାନଙ୍କ ନାଁ ରେ ୫ ଲକ୍ଷ ଲେଖାଏଁ ଡିପୋଜିଟ ଏବଂ ୪ ଲକ୍ଷ ଉଭୟ ମୃତକ ଓ ତାଙ୍କ ପତ୍ନୀ ଙ୍କ ବେଙ୍କ ଖାତାରେ ଜମା କରିବା ଏବଂ ଏଗ୍ରିମେଣ୍ଟ ସମୟରେ ୧ଲକ୍ଷ ନଗଦ ଟଙ୍କା ଦିଆଯିବ , କର୍ମଚାରୀ ଯୋଜନା ଆଇନ ଦ୍ବାରା ପେନସନ୍ ଦେବ ଏବଂ ପତ୍ନୀଙ୍କୁ ଚାକିରି ଦିଆଯିବ ଠିକା ସେମଫିସ୍ କମ୍ପାନି ପ୍ରସାଶନ ଉପସ୍ଥିତିରେ ପରିବାର ଲୋକଙ୍କୁ କହିଥିଲା । ଏହି ଆଲୋଚନା ସମୟରେ ଅତିରିକ୍ତ ମାଜିଷ୍ଟ୍ରେଟ୍ ଶ୍ରୀ ଗୋଲକ ବିହାରୀ ମଙ୍ଗରାଜ, ଅତିରିକ୍ତ ଏସ.ପି ଶ୍ରୀ ଏସ.କେ. ପାଣିଗ୍ରାହି, ଏସ.ଡି.ପି.ଓ ଶ୍ରୀ କୈଳାଶ ଆଚାର୍ଯ୍ୟ. ବଡ଼ମାଳ ଆଇ.ଆଇ.ସି ଅମିତାଭ ପଣ୍ଡା, ସେମଫିସ କମ୍ପାନି ଏଚ.ଆର. ଏ.କେ ତ୍ରିପାଠି, ବେ ଦାନ୍ତ ଏଚ.ଆର. ବିନୋଦ ଜି.ନାୟାର, ଡି.ଏଲ.ଓ କେ.ଏମ ରାଉତ ଏବଂ ମୃତକଙ୍କ ପରିବାର ତରଫରୁ ଆସିଫ୍ ଖାନ୍ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post