ମୋଦି ସରକାରଙ୍କ ୫ଟି ବଜେଟରେ ଓଡିଶାକୁ ୨୧ ହଜାର ୫୨୪ କୋଟି ଟଙ୍କାର ବ୍ୟୟବରାଦ
ୟୁପିଏର ପାଂଚଟି ବଜେଟରେ ହୋଇଥିଲା ମୋଟ ୪୧୯୦ କୋଟି ଟଙ୍କାର ବ୍ୟୟବରାଦ
ବଜେଟ ଆଗତ ହେବାର ୧୪ ଦିନ ଅର୍ଥାତ ଜାନୁଆରୀ ୧୭ତାରିଖରେ ମୁଖ୍ୟମନ୍ତୀ ଲେଖିଥିଲେ ଦାବି ପତ୍ର
ନବୀନ ବାବୁ ଲେଖିଥିବା ୬ ହଜାର ୫ ଶହ କୋଟି ଟଙ୍କା ଦାବି ମଧ୍ୟରେ ୧୨୦୦ କୋଟି ଟଙ୍କା ଏମିତି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକ ଏବେ ସୁଦ୍ଧା ଅନୁମୋଦିତ ହୋଇ ନାହିଁ
ଉଦାହରଣ ସ୍ୱରୁପ ମଂଜୁର ହୋଇ ନଥିବା ପ୍ରକଳ୍ପ ତାଳଚେର- ଗୋପାଳପୁର ପାଇଁ ୨ ଶହ କୋଟି, ବରଗଡ-ନୂଆପଡା ଭାୟା ପଦ୍ମପୁର ପାଇଁ ୨୦୦ କୋଟି, ପୁରୀ- କୋଣାର୍କ ପାଇଁ ୧୦୦ କୋଟି
ନବୀନ ବାବୁ ପୁଣି ୮ ଶହ କୋଟି ଟଙ୍କା ଏପରି ପ୍ରକଳ୍ପ ପାଇଁ ମାଗିଛନ୍ତି ଯେଉଁ ପ୍ରକଳ୍ପ ଗୁଡିକରେ ଏତେ ଟଙ୍କା ଲାଗିବ ନାହିଁ