ପ୍ରତାରଣା କରି ଯୁବକ ଗିରଫ

0

ବରଗଡ :- (ଗୌରାଙ୍ଗ ଚରଣ ଦାସ) ବରଗଡ ଜିଲ୍ଲା ପାଇକମାଲ ଥାନାରେ ପାଇକମାଲ ନିକଟସ୍ଥ ଏକ ଗ୍ରାମର ଜଣେ ଯୁବତୀ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟରେ ହାଜର ହେଇ ଲିଖିତ ଅଭିଯୋଗ କରିଥିଲେ ଯେ ବୁଡେନ ଥାନା ଅନ୍ତର୍ଗତ ଦୁଅନ ଦିହି ଗ୍ରାମର ଟିକେଲାଲ କୁମ୍ଭାର ନାମକ ଜଣେ ଯୁବକ ତାଙ୍କୁ ବାହା ହେବା ପାଇଁ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ମନ୍ଦିର କୁ ଡାକିଥିଲା। ଯୁବତୀ ଜଣକ ହରିଶଙ୍କର ମନ୍ଦିରକୁ ପହଂଚିବା ପରେ ଟିକେଲାଲ ପରେ ବାହାହେବା ବୋଲି କହି ନିକଟସ୍ଥ ଏକ ଗ୍ରାମକୁ ନେଇ ଜଣେ ପରିଚିତ ଲୋକର ଘରେ ରଖିଥିଲା । 2 ଦିନ ପର୍ଯନ୍ତ ଉକ୍ତ ଘରେ ଟିକେଲାଲ ଉକ୍ତ ଯୁବତୀର ଶାରୀରିକ ଶୋଷଣ କରିଥିଲା । ଏହାପରେ ଯୁବତୀ ତାକୁ ବାହାହେବା ପାଇଁ କହିବାରୁ ଟିକେଲାଲ ଯୁବତୀ କୁ ଆଣି ପଦ୍ମପୁର ନିକଟରେ ଥିବା ବରିକେଲ ଗ୍ରାମରେ ଜଣେ ପରିଚିତ ଙ୍କର ଘରେ ଛାଡ଼ିଦେଇ ଫେରାର ହେଇଯାଇଥିଲା । ଟିକେଲାଲ ଫେରାର ହେଇଯିବା ଜାଣି ଯୁବତୀ ଜଣକ ପାଇକମାଲ ଥାନାକୁ ପହଂଛି ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଙ୍କର ନିର୍ଦେଶରେ ପାଇକମାଲ ପୋଲିସ ଦୁଆନ ଦିହି ଗ୍ରାମରେ ଚଢ଼ାଉ କରି ଟିକେଲାଲ କୁ ଥାନା କୁ ଆଣିଥିଲା । ଆଜି ଉଭୟଙ୍କର ଡାକ୍ତରୀ ମାଇନା କରିବା ପରେ ଟିକେଲାଲ କୁ କୋର୍ଟ ଚାଲାଣ କରାଯାଥିଲା। ପାଇକମଲ ଥାନାରେ କେଶ ନମ୍ବର 126/2019 ଧାରା 376,2(n)ରେ ମାମଲା ରୁଜୁ ହେଇ ସବ ଇନ୍ସପେକ୍ଟର ଶ୍ରୀ ବିପିନ ବାଗ ଘଟଣାର ପରବର୍ତୀ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

Leave A Reply

Your email address will not be published.