ଭୁବନେଶ୍ୱର,(ଶାସକ ପ୍ରଶାସକ) : କର୍ତ୍ତବ୍ୟ, ଅପରାଧ ଏବଂ ଅପମୃତ୍ୟୁ ଏତାଲା ଅତ୍ୟଧିକ ରହୁଥିବା ସ୍ଥାନ ଓ ଜନସଂଖ୍ୟା ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ଖଣ୍ଡଗିରି ଥାନାକୁ ଗୃହ, ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ଅଚାନକ ପରିଦର୍ଶନ କରିଥିଲୋ ପ୍ରାୟ ୪ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ଦାୟିତ୍ୱବହନ କରିଥିବା ଏହି ଥାନା ସଂ ପର୍କରେ ମନ୍ତ୍ରୀ ପଚାରିବୁଝିଥିଲୋ ଦୈନିକ ଦାଖଲ କରାଯାଉଥିବା ଏତାଲା ସମେତବିଭିନ୍ନ ମାମଲାରେ ତ୍ୱରିତ ସମାଧାନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲୋ
ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ହେଉଥିବା ନିଶାକାରବାରକୁ ପ୍ରତିହତ କରିବା ସହିତ ସଂପୃକ୍ତ ଦଲାଲ ଓ ଚୋରାବେପାରୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲୋ ସାଧାରଣ ଜନତାର ସେବା କରିବା ନିମନ୍ତେ ଥାନାରେ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଯଥାସମ୍ଭବ ସୌଜନ୍ୟ ପ୍ରଦର୍ଶନ କରିବା ସହ ଆଇନ୍ ଖୀଲାପକାରୀମାନଙ୍କ ପ୍ରତି କୌଣସି ମାତ୍ରାରେ ସଞ୍ଚେଦନଶୀଳ ନହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ ସାଧାରଣ ନାଗରିକ ତା’ର ସମସ୍ୟା କି ଅଭିଯୋଗ କରିବା ପାଇଁ ଟେଲିଫୋନ କଲେ ତୁରନ୍ତ ତାହାର ଉତ୍ତର ଥାନା ପକ୍ଷରୁ ଦିଆଜିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ | ଏହାବ୍ୟତୀତ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ, ଥାନାର ଭିତର ଓ ବାହ୍ୟ ପରିସର ମଧ୍ୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୀବାକୁ ମଧ୍ୟ ମନ୍ତ୍ରୀ କହିଥିଲେ |
ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପରିଦର୍ଶନ ସମୟରେ ଜୋନ୍-୩ର ଏସି ପି ପ୍ରାଣକୃଷ୍ଣ ରାଉତ ଅଧିକ ଜନସଂଖ୍ୟା ଏବଂ ସଂଖ୍ୟାଧିକ ମାମଲା ଦୃଷ୍ଟିରୁ ସେ ଅଞ୍ଚଳରେ ଆଉ ଗୋଟିଏ ଥାନା ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲୋ ଭାର ପ୍ରାପ୍ତ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Next Post