ଆଉ ଭୋଟ ଲଢ଼ିବିନି, ହେଲେ ରାଜନୀତିରୁ ସନ୍ୟାସ ନେବିନି : ନରସିଂହ , ୭୦ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ ରହିବା ଅନୁଚିତ , ନରସିଂହଙ୍କ ଘୋଷଣା ରାଜା ପରିବାର ପାଇଁ ଛଦ୍ମରେ ଆଶୀର୍ବାଦ
ବଲାଙ୍ଗୀରରୁ ନିରୋଜ କୁମାର ମିଶ୍ର : କଂଗ୍ରେସସ ୭୦ ବର୍ଷରୁ ଉର୍ଧ୍ଵ ବୟସର ନେତାଙ୍କୁ କୌଣସି ସାଙ୍ଗଠନିକ ଦାଇତ୍ୱ ବା କୌଣସି ରାଜ୍ୟର ପ୍ରଦେଶ କଂଗ୍ରେସସ ସଭାପତି କରିବା ଅଣ ବିଧାୟକ ବା ସଂସଦ ଭାବେ ଲଢ଼ିବା ପାଇଁ ସୁଯୋଗ ନଦେବାକୁ ଅଖିଳ ଭାରତ କଂଗ୍ରେସ କମିଟି ଚିନ୍ତା କରୁଥିବା ତଥା ଏ ସମ୍ପର୍କରେ ପରୋକ୍ଷ ଆଭାସ ଦେଇଥିବା ବେଳେ ଓଡିଶା କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଉ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ହେଲେ ରାଜନୀତିରୁ ସନ୍ୟାସ ନେବାର ପ୍ରଶ୍ନ ଉଠୁ ନାହିଁ । ରାଜନୀତିରେ ପୂର୍ବରୁ ଥିଲେ, ଏବେ ଅଛନ୍ତି ଓ ଆଗାମୀ ଦିନରେ ରହିବେ ବୋଲି କହିଚହାନ୍ତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ତେବେ ଜୀବନ ଥିବା ଯାଏ ରାଜନୀତିରେ ରହିବେ ଆସନ୍ତା ବର୍ଷକୁ ୭୯ବୟସ ହେବ । ୭୦ ବର୍ଷ ପରେ ପ୍ରତ୍ୟେକ୍ଷ ଭାବରେ ରାଜନୀତିରେ ରହିବା ଠିକ୍ ହେବନାହିଁ । ଲୋକଙ୍କ ସେବା ପାଇଁ ଶାରୀରିକ ଅବସ୍ଥା ସୁସ୍ଥ ରହିବା ଦରକାର । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପାଇଁ ଏଆଇସିସିର ଉପସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଜଣାଇ ସାରିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଶ୍ରୀ ମିଶ୍ର ଏ ଘୋଷଣା କରିବା ପରେ ବିଭିନ୍ନ ଦଳରେ ଥିବା ୭୦ ଓ ତଦୁର୍ଧ୍ୱ ବୟସ୍କ ନେତାଙ୍କ ପାଇଁ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ` ବିଭିନ୍ନ ଦଳରେ ରହିଥିବା ନେତାଙ୍କ ପାଇଁ ଏ ନିୟମ ଲାଗୁ ହେବକି ନାହିଁ, ହେଲେ ନିଜ ଦଳରେ ଥିବା କିଛି କ୍ଷମତାଲିପ୍ସୁ ରାଜନେତାଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରିବା ସ୍ୱାଭାବିକ । ଯେଉଁନେତା ମାନଙ୍କ ପ୍ରତ୍ୟକ୍ଷ ରାଜନୀତିରେ ରହିବା ମୋହ କାରଣରୁ ରାଜନୀତିକୁ ଆସୁଥିବା ଯୁବବର୍ଗଙ୍କ ବାଟ ବନ୍ଦ ହୋଇଯାଇଥାଏ.। ବାରମ୍ବାର ହାରି ବି କ୍ଷମତା ରାଜନୀତି ର ମୋହ ଛାଡିପାରନ୍ତିନି ଅବା ବୁଝିପାରନ୍ତିନି ଯେ ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ତେଣୁ ଶ୍ରୀ ମିଶ୍ରଙ୍କ ଘୋଷଣା ସେମାନଙ୍କ ବିବେକର ରୁଦ୍ଧଦ୍ୱାର ଖୋଲିବାର ସମ୍ଭାବନା ରହିଛି । ହେଲେ ନରସିଂହଙ୍କ ଏ ଘୋଷଣାର ଗୁରୁତ୍ୱକୁ କଂଗ୍ରେସ ବା ଅନ୍ୟ ଦଳରେ ଥିବା ୭୦ବର୍ଷରୁ ଉର୍ଧ୍ଵ ରାଜନେତା ମାନେ ହୃଦୟଙ୍ଗମ କରିବେ ନ ଏହା ନରସିଂହଙ୍କ ବ୍ୟକ୍ତିଗତ ମତ ଓ ସେମାନେ ୭୦ ବର୍ଷପରେ ଫିଟ ଅଛନ୍ତି କହି ଗାଲେଇବେ ତାହା ଦେଖିବାକୁ ବାକି ରହିଲା ।
ଅବଶ୍ୟ ନରସିଂହଙ୍କ ଏଇ ଘୋଷଣା ପରେ ଆଉ କିଏ ଖୁସି ହେଉ ନହେଉ, ତାଙ୍କ ପ୍ରିୟ ବନ୍ଧୁ ତଥା ରାଜନୈତିକ ପ୍ରତିସ୍ପର୍ଧୀ ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓ ବହୁତ ଖୁସି ହୋଇଥିବେ. କାରଣ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ଦବଦବା ବୃଦ୍ଧି ପାଇବା ଓ ଯାହାକି ନିଜ ସାନ ପୁଅ ଅରକେଶଙ୍କ ପଲିଟିକାଲ କ୍ୟାରିଅରକୁ ସୁହାଇବ । କାରଣ ଅରକେଶ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଖିରେ ରଖି ରାଜନୀତି କରୁଛନ୍ତି. ଆଉ ବଲାଙ୍ଗୀରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ନିଜକୁ ବ୍ୟାପକ ଭାବେ ଯୋଡି ହୋଇ ଲୋକସମ୍ପର୍କ ବଢାଉଛନ୍ତି । କରୁଛନ୍ତି. ନରସିଂହଙ୍କ ଉପସ୍ଥିତି ତାଙ୍କ ପାଇଁ ଟିକେ ସମସ୍ୟା ସୃଷ୍ଟି କରିପାରିଥାନ୍ତା । ନରସିଂହଙ୍କ ଜାଗାରେ ଯିଏ ବି କଂଗ୍ରେସ ରୁ ଠିଆ ହେଉ, ନରସିଂହଙ୍କ ଭଳି ଟକ୍କର ଦେଇପାରିବ ନାହିଁ, ଯେଉଁ ଟକ୍କର ରେ ଖୋଦ ଅନଙ୍ଗଉଦୟ ଧରାଶାୟୀ ହୋଇଯାଇଥିଲେ । ୨୦୧୪ ନିର୍ବାଚନରେ ଅରକେଶ ମଇଦାନକୁ ଓହ୍ଲାଇବାକୁ ସାଁଜୁ ପିନ୍ଧି ସାରିଥିଲେ । ହେଲେ ଟିକେ କେଁ ପଶିଗଲା, ତାପରେ ପରିସ୍ଥିତି ଏପରି ହେଲା ଯେ ବାଧ୍ୟ ହୋଇ ଅନଙ୍ଗଙ୍କୁ ଲଢ଼ିବାକୁ ପଡିଥିଲା ନିଜ ଶାରୀରିକ ଅସୁସ୍ଥତା ସତ୍ତ୍ୱେ । ହେଲେ ଏଥର ନରସିଂହଙ୍କ ଘୋଷଣା ତାଙ୍କ ଅତିପ୍ରିୟ ବନ୍ଧୁ ଅନଙ୍ଗଙ୍କ ପାଇଁ ଛଦ୍ମରେ ଆଶୀର୍ବାଦ ବା ବ୍ଲେସିଙ୍ଗ ଇନ ଡ଼ିସଗାଇଯ ଭଳି।