ରଙ୍ଗଣୀପାଟଣାରେ ଖାପ ପଂଚାୟତ : ୫୦ ହଜାର ଜୋରିମାନା

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଙ୍ଗଣୀପାଟଣା ଗ୍ରାମରେ ଜଣେ ପଡୋଶୀ ତାଙ୍କ ଗଛରୁ ନଡିଆ ତୋଳିବା ସମୟରେ ନଡିଆ ପଡି ଅନ୍ୟ ପଡୋଶୀଙ୍କ ସଜନା ଡାଳ ଭାଙ୍ଗି ଯାଇଥିଲା । ସଜନା ଡାଳ ଭାଙ୍ଗି ଜିବାରେ ଉତକ୍ଷିପ୍ତ  ହୋଇ ପଡୋଶୀ ଜଣକ ତୋଳା ଯାଇଥିବା ସମସ୍ତ ନଡିଆ ଜବରଦସ୍ତ ନେଇଯାଇଥିଲେ । ଏ ନେଇ ଉଭୟ ପଡୋଶୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ନଡିଆଗଛ ମାଲିକ ଏନେଇ ସାହି ସଭାକୁ ଲିଖିତ ବାବେ ଜଣାଇଥିଲେ । ସାହି ସଭା ନଡିଆ ନେଇଥିବା ବ୍ୟକ୍ତିଙ୍କୁ ସଭାକୁ ଡାକିଲେ । ହେଲେ କୈାଣସି ପରିସ୍ଥିତିରେ ସେ ନଡିଆ ଫେରସ୍ତ କରିବେ ନାହିଁ ବୋଲି ସାହି ସଭାକୁ ରୋକଠୋକ ଭାବେ ଜଣାଇଦେଲେ । ସାହି ସଭାକୁ ଅମାନ୍ୟ କରିବା ଏବଂ ଆଲୋଚନାରେ ଅଂଶ ଗ୍ରହଣ ନକରିବା କାରଣକୁ ନେଇ ସାହି ସଭା ନଡିଆ ନେଇଯାଇଥିବା ବ୍ୟକ୍ତିକୁ ୫୦ ହଜାର ଟଙ୍କା ଜୋରୀମାନା ଧାର୍ଯ୍ୟ କରିବା ସହିତ ଉକ୍ତ ଘଟଣାର ବିଚାର ନସରିବା ପର୍ଯ୍ୟନ୍ତ ସାହି ବାଲା ନଡିଆ ନେଇଥିବା ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବେ ବୋଲି ନିସ୍ପତି ନେଇଥିବା ଜଣାଯାଇଛି । ଉକ୍ତ ଘଟଣାକୁ ନେଇ ଓଡଗାଁ ଥାନାରେ କୈାଣସି ଖବର ପହଁଚି ନଥିଲେ ମଧ୍ୟ ପୋଲିସ ଏନେଇ ଘଟଣାର ସତ୍ୟତା ସମ୍ପର୍କରେ ଜାଣିବାକୁ ଉଦ୍ୟମ କରିବ ବୋଲି ଜଣାଯାଇଛି । 

Leave A Reply

Your email address will not be published.