କାଦୁଅ ରାସ୍ତାରେ ଚାରି କିଲୋମିଟର ଦୂର ସ୍କୁଲକୁ ଯାଉଛନ୍ତି ପିଲା

0

ମରାମତି ହୋଇ ପାରୁନି ରାସ୍ତା, ପ୍ରଶାସନ ପ୍ରତିକ୍ରିୟାଶୁନ୍ୟ

ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପୁଇଇନ୍ତଲା ବ୍ଲକ ଅଏଁଲାସାରି ପଞ୍ଚାୟତ ଅନ୍ତର୍ଗତ ହଲଦି ପାଲି ଗ୍ରାମରେ ସ୍ବାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ଠିକ୍ ହୋଇ ପାରୁନାହିଁ। ଏନେଇ ଗ୍ରାମବାସୀ  ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। କଦଲିପାଲି ଗ୍ରାମରେ ଯାହା ସବୁ କାମ ହେଉଛି ନିମ୍ନମାନର ହୋଇଥିବା ଦର୍ଶାଇଛନ୍ତି। ଗାଁ ରୁ ଦୁଇ କିଲୋମିଟର ପ୍ରାୟ କାଦୁଅରେ ଯିବାକୁ ପଡୁଛି। ଏହା ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ପବେଶ କରିପାରୁ ନାହିଁ | ଫଲରେ ରୋଗୀ ବହୁତ ଅସୁବିଧା ଭୋଗକରୁଛନ୍ତି। ବର୍ତ୍ତମାନ ଗ୍ରାମରେ ଥିବା ସ୍କୁଲ ମଧ୍ୟ ବନ୍ଦ ହୋଇଯିବାରୁ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ କାଦୁଅ ରାସ୍ତା ରେ ଚାରି କିଲୋମିଟର ଦେଇ ସ୍କୁଲକୁ ଯିବାକୁ ପଡୁଛି। ଏହି ରାସ୍ତା ବିଷୟରେ ଗ୍ରାମବାସୀ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଦି ଯଥା ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ଗ୍ରାମବାସୀ ରାଜ ରାସ୍ତା କୁ ଓଲ୍ଲାଇବେ ବୋଲି ତାଗିଦ କରିଛନ୍ତି। ଗ୍ରାମବାସୀ ମାନଙ୍କ ମଧ୍ୟରେ ସନ୍ତୋଷ କର୍ମି, ସୋନୁ କର୍ମି, ନିରାକର କର୍ମି, ନରେଶ କର୍ମି, ଜଗବନ୍ଧୁ କାଲସାଏ ଓ ଅନ୍ୟାନ୍ୟ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ |

Leave A Reply

Your email address will not be published.