ଝାଙ୍କରପାଲି ସ୍କୁଲରେ ବନମହୋତ୍ସବ

0

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପରିଚଳନା କମିଟି ଚେୟାରପର୍ସନ ଜଗବନ୍ଧୁ ବରିହା, ସଭ୍ୟ ଗୋପାଳ ବରିହା, ମୋତିଲାଲ ବରିହା ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବନମହୋତ୍ସବର ଆବଶ୍ୟକତା ଏବଂ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ସ୍କୁଲ ପରିସର ଏବଂ ନୂତନ ଖେଳପଡିଆର ଚାରିପାଶ୍ୱର୍ରେ ଦେବଦାରୁ, ଶାଗୁଆନ, ଜାମୁ, କୃଷ୍ଣଚୂଡା, ଲିମ୍ବ, ରାଧାଚୁଡା ଆଦି ଚାରା ରୋପଣ କରାଯାଇଥିଲା । ସ୍କୁଲର ପ୍ରତେକ ଛାତ୍ର ଛାତ୍ରୀ ଏବଂ ପରିଚାଲନା କମିଟି ସଦସ୍ୟ ଗଣ ପ୍ରତେକ ଗୋଟିଏ ଲେଖାଁଏ ଚାରାର ଯତ୍ନ ନେବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।

Leave A Reply

Your email address will not be published.