ସଡ଼କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଏମବିଜେ ପକ୍ଷରୁ ଦାବିପତ୍ର

0

ବାରିପଦା(ଦିଲ୍ଲୀପ ମହାନ୍ତି )-  ସରକାରଙ୍କ ସଡ଼କ ସୁରକ୍ଷା ବ୍ୟବସ୍ଥା କେତେକ କ୍ଷେତ୍ରରେ କାଗଜ କଲମ ଓ ଫାଇଲ ମଧ୍ୟରେ ସିମୀତ ରହିଯାଇଥିବା କାରଣରୁ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । କାବଳ ଏତିକି ନୁହେଁ ଯାତ୍ରୀ ପରିବହନ କରୁଥିବା ଯାନର ମାଲିକ, କଣ୍ଡକ୍ଟର ପ୍ରମୁଖ ଯାତ୍ରୀମାନଙ୍କୁ ଦୁର୍ବବହାର ପ୍ରଦର୍ଶନ କରିବା ସାଙ୍ଗକୁ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଆଦାୟ କରାଯାଉଥିବାର ଅନେକ ଦୃଷ୍ଟାନ୍ତ ରହିଛି । ପୁଣି ଯାତ୍ରୀ ପରିବହନ କରୁଥିବା ଯାନଗୁଡ଼ିକ ନିର୍ଦ୍ଧାରିତ ରୁଟରେ ଚଳାଚଳ କରିବା ନିମନ୍ତେ ପାରମିଟ ଥାଇ ତାହାକୁ ପାଳନ କରୁନାହାନ୍ତି । ସେହିପରି ପେପରୁଆ ଗାଡ଼ି ଚାଳନା ସହ ପାରମିଟ, ଇନସୁ୍ୟରେନ୍ସ, ପଲୋସନ ଓ ଗାଡ଼ିର ଫିଟନେଓ ନଥାଇ ବିଭିନ୍ନ ଯାନବାହାନ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି । ତେଣୁ ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ଓ ଯାଉଥିବା ସମସ୍ତ ଗାଡ଼ି ମୋଟରଗୁଡ଼ିକୁ ନିୟମିତ ଭାବେ ଯାଞ୍ଚ କରାଯାଇ ନିୟମ ଭଙ୍ଗକାରୀ ଯାନ , ଯାନର ଚାଳକ ଓ ମାଲିକମାନଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ନିମନ୍ତେ ଏମବିଜେ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଅଞ୍ଚଳିକ ପରିବହନ ଅଧିକାରୀ ଓ ବାରିପଦା ଟାଉନଥାନା ଅଧିକାରୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.