“ହିନ୍ଦୁ ଦ୍ରୋହୀ ଓ ଇସଲାମିକ ଜିହାଦି ଗତିବିଧି ଉପରେ ଅଙ୍କୁଶ ଲଗାଯାଉ “

0

ବଜରଙ୍ଗଦଲ ପକ୍ଷରୁ ଜିଲ୍ଲାପାଲଙ୍କ ମାଧ୍ୟମରେ ରାଷ୍ରପତିଙ୍କୁ ସ୍ମାରକ ପତ୍ର

ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଦେଶରେ ବଢୁଥିବା  ହିନ୍ଦୁ ଦ୍ରୋହି ଓ ଇସଲାମିକ ଜିହାଦି ଗତିବିଧି ଉପରେ ଅଙ୍କୁଶ  ଲଗାଇବା ପାଇଁ ବଲାଙ୍ଗିର ବଜରଙ୍ଗଦଲର ସଦସ୍ୟ ମାନେ ଆଜି  ଜିଲ୍ଲାପାଲ ଙ୍କ ମାଧ୍ୟମରେ ମାନନୀୟ ରାଷ୍ରପତି ମହୋଦୟଙ୍କୁ ମେମୋରେଣ୍ଡମ ଦେଇଛନ୍ତି | ଭାରତ ହେଉଛି ହିନ୍ଦୁ ବହୁଲ ରାଷ୍ଚ୍ର କିନ୍ତୁ ସାରା ଭାରତରେ ଅନ୍ୟସମ୍ପଦାୟର ବ୍ୟକ୍ତି  ହିନ୍ଦୁ ସାଧୁ ସନ୍ଥ ମାନଙ୍କୁ ଆପମାନିତ କରିବା ,  ହିନ୍ଦୁ ମାନଙ୍କ ମଠ ମନ୍ଦିର ମାନଙ୍କୁ ଆକ୍ରମଣ କରି ଧ୍ୱଂସ କରିଚାଲିଛନ୍ତି | ସେହିପରି ଦୀଲ୍ଲି ସ୍ଥିତ ଦୁର୍ଗା ମନ୍ଦିରକୁ ଧ୍ୱଂସ କରିବାରେ ସଫଲ ହୋଇଛନ୍ତି ଗତ କିଛି ବର୍ଷ ହେବ ଅଲଗାବାଦି ମାନସିକତା ରେ ଚାଲୁଥିବା ଇସଲାମିକ ସଂଙ୍ଗଠନ ଦେଶ ବିରୋଧି ଓ ହିନ୍ଦୁ ବିରୋଧି ଗତିବିଧି ଯୋଗୁଁ ଦେଶରେ ହିନ୍ଦୁ ସମାଜ ତଥା ଧର୍ମ ସ୍ଥଲି ମାନଙ୍କୁ ଖୋଲା ଖୋଲି  ବାରମ୍ବାର ଆକ୍ରମଣ ହେଉଥିବା ରୁ ଏହାକୁ ଦୃଢ ନିନ୍ଦା କରାଯାଇଛି  ଓ ଏହା ଉପରେ ଅଙ୍କୁସ ଲଗାଇବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି | ଏଥିରେ ବଜରଙ୍ଗଦଲର ଜିଲ୍ଲା ସଂଯାଜକ ଅନ୍ତର୍ଯାମି କରନ, ନଗର ସଂଯୋଜକ ଚର୍ଚିତ ମିଶ୍ର, ଓ ଅନ୍ୟ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ |     

Leave A Reply

Your email address will not be published.