ଛାମୁ ଯାହା ଦେଲେ ହରସେ ,ପାଉ ପାଉ ଗଲା ବରଷେ

0

ପଦ୍ମପୁର/ ନିଳାମ୍ବର ଦୀପ

ସ୍ଥାନୀୟ ମହୁଲପାଳି ଗ୍ରାମ ପଞ୍ଚାୟତ ରାଜୀବ ଭବନ ଠାରେ ରାଜବୋରାସମ୍ବର କୃଷକ ସଙ୍ଗଠନର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା ଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭା ରେ ଗତ ୨୦୧୮ଖରିଫ ଋତୁ ରେ ଓରିଏଣ୍ଟାଲ୍ ବୀମା କମ୍ପାନୀ ତରଫରୁ ଚାଷୀ ଙ୍କୁ ବୀମା ପ୍ରଦାନ ରେ ବିଳମ୍ବ, ମିଲିବାକୁ ଥିବା ବିମାରୁ ପ୍ରାୟ ୫୦% ପର୍ଯ୍ୟନ୍ତ କଟୋତି, ବିଭିନ୍ନ ପଂଚାୟତ ମାନଙ୍କରେ କ୍ରଫ କଟିଂଙ୍ଗ ଆଧାରରେ ବୀମା ପାଇବାର ହକ ଥିବା  ଚାଷୀ ମାନଙ୍କର ନାମ ତାଲିକାରେ ନ ଥିବା ଏବଂ ଚାଷୀ ମାନଙ୍କୁ   କରାଯାଉଥିବା ବୀମା କମ୍ପାନୀ ତରଫରୁ    ବିଭିନ୍ନ ପ୍ରତାରଣା ଉପରେ ଆଲୋଚନା କରାଯାଇଥିଲା। ବୀମା କମ୍ପାନୀ ଗୁଡିକ ମନମୁତାବକ ଚାଷୀଙ୍କ ପ୍ରାପ୍ୟ  ବୀମା ରାଶି ଠୁ କମ୍ ଟଙ୍କା ସିଧାସଳଖ ଚାଷୀ ର ଏକାଉଣ୍ଟ କୁ ପଇଠ କରି ଦେଉଛନ୍ତି ତେଣୁ ଚାଷୀ ଦ୍ୱନ୍ଦ ରେ ରହି ନା ଟଙ୍କା କାଢି ପାରୁଛି ନା ସେହି ଟଙ୍କା କୁ ଚାଷ ପାଇଁ ଖର୍ଚ୍ଚ  କରିପାରୁଛି ।ତେଣୁ ଉକ୍ତ ବୀମା ସମସ୍ୟା ର ସମାଧାନ ନ ହେବା ପର୍ଯ୍ୟନ୍ତ ଉକ୍ତ ବୀମା ପଇଠ କୁ ସ୍ତଗୀତ ରଖିବା ପାଇଁ ଏକ ପ୍ରତିନିଧି ଦଳ ସୋମବାର ମାନନୀୟ ଜିଲ୍ଲାପାଳ ମୋହଦୟଙ୍କୁ  ଭେଟିବାକୁ ଯିବେ ଏବଂ ଆସନ୍ତା ୧୬.୦୭.୨୦୧୯ ପର୍ଯ୍ୟନ୍ତ ବୀମା ସମସ୍ୟା ର ସମାଧାନ କରି ବୀମା ରାଶି ଗୁଡିକ ପଇଠ କରାନଗଲେ ୧୭.୦୭.୨୦୧୯ ବୁଧବାର ଦିନ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ରାଜବୋରାସମ୍ବର କୃଷକ  ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି ।ଏହି ସଭାରେ ଝାରବନ୍ଧ ,ପାଇକମାଲ ଓ ପଦ୍ମପୁର ବ୍ଲକ ର ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.