ଜନ୍ମ ବେଦିକୁ ବିରାଜିଲେ ମହାବାହୁ

0

ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ  : ରେଢ଼ାଖୋଲ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମରେ ରେଢ଼ାଖୋଲ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ହଜାର ରୁ ଉର୍ଦ୍ଧ ଭକ୍ତ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ I ଗୁରୁବାର ପୂର୍ବାହ୍ନ ରେ ରୀତିନିତୀ ଅନୁଯାୟୀ ପୂଜାର୍ଚ୍ଚନା ପରେ ଠାକୁର ଶ୍ରୀ ଜଗନ୍ନଥ ,ବଳଭଦ୍ର ,ଦେବୀ ସୁଭଦ୍ରା, ସୁଦର୍ଶନ ଓ ଦଧିବାମନ ଜୀଉଙ୍କୁ ପହଣ୍ଡି ବିଜେ କରଯାଇ ଦୁଇ ରଥ ରେ  ରଥ ରୁଢ଼ କରାଯାଇଥିଲା I ଅଞ୍ଚଳର ସଂକୀର୍ତ୍ତନ୍ୟ ମଣ୍ଡଳୀ ,ଘଣ୍ଟ,ଶଙ୍ଘ ,ଦୁଲଦୁଲି ରେ ଠାକୁର ମାନଙ୍କ ପହଣ୍ଡି ବିଜେ କରାଯାଇଥିଲା I ରାଜ ପରିବାର  ପୁଥିରାଜ ଦେଓ ଜେନାମଣୀ ଛେରାପହଁରା କରି ବଡ଼ ରଥରେ ତିନି ଠାକୁର ଓ ଅନ୍ୟ ରଥରେ ଦଧିବାମନ ଙ୍କୁ ରଥ ରୁଢ଼ କରାଯିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ I ଅପରାହ୍ନ ୪ଟା ରେ ରଥ ଟଣା ଯାଇ ଅଧାବାଟରେ ରଖାଯାଇଥିବା ବେଳେ ଆଜି ପୁଣି ରଥ ଟଣା ଯିବା I ଠାକୁର ମାନଙ୍କୁ ମାଉସୀ ମା ମନ୍ଦିର କୁ ସନ୍ଧ୍ୟା ରେ ବିଜେ କରିବେ I ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ଆସି ରଥ ଟାଣିଥିଲେ I ରଥ ଯାତ୍ରା ରେ ଦେବୋତ୍ତର ବୋର୍ଡ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ,ତହସିଲଦର ରୁବି ବେହେରା ,ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିବା ସହ ଆଇନ ଶୁଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ I ଦେବୋତ୍ତର ବୋର୍ଡର ସଭାପତି ଅରୁଣ କୁମାର ପ୍ରଧାନ ,ଉପଦେଷ୍ଟା କମିଟୀ ସଭ୍ୟ ତଥା ବରିଷ୍ଟ ଆଇନ ଜୀବି ଶମ୍ଭୁ ପ୍ରସାଦ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ ପ୍ରଧାନ ,ଏନଏସି ଅଧ୍ୟାକ୍ଷା ସଂନ୍ଧ୍ୟାରାଣି ଦେହୁରୀ ,ଉପଧ୍ୟାକ୍ଷ ସୁନିଲ କୁମାର ପ୍ରଧାନ ,ବ୍ରହ୍ମ ସମାଜ ର ସଭାପତି ପଞ୍ଚାନନ ପୁରୋହିତ ,ସଂପାଦକ ରୁଦ୍ର ପ୍ରସାଦ ନନ୍ଦ ,କୁମୁଦ ଚନ୍ଦ୍ର ପଣ୍ଡା , ରଥ ଯାତ୍ରା କମିଟୀ ସଭ୍ୟ ମାନେ ସହଯୋଗ କରିବା ବେଳେ ଦେବୋତ୍ତର ମ୍ୟାନେଜର ରାକେଶ ସାହୁ ପରିଚାଳନା କରିଥିଲେ I ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଶିକ୍ଷକ ଜୟନ୍ତ ମାହାର , ଆଇନ ଜୀବି ଶିବ ପ୍ରସାଦ ପ୍ରଧାନ , ରଥଯାତ୍ରା ର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଭାସ୍କର ପ୍ରଧାନ ଓ ଗୋଲକ ବିହାରୀ ପ୍ରଧାନ ସହଯୋଗ କରିଥିଲେ I 

ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବସ୍ଥା କରାଯାଇଥିଲା I ଶାନ୍ତି ଶୁଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା I ସେହିପରି ଉପଖଣ୍ତ ର କଦଳୀଗଡ଼ ,ତ୍ରିବଣପୁର ,ଚାରମାଳ ,ମୋଚିବାହାଳ ,ବଡ଼ମାଳ ,ସରାପାଲି, ଜଗନ୍ନାଥପ୍ରସାଦ,କିସିଣ୍ଡା ଆଦି ଅଞ୍ଚଳରେ ରଥ ଯାତ୍ରା ପାଳିତ ହୋଇଥିଲା I

Leave A Reply

Your email address will not be published.