ମମତାଙ୍କ ଉଦ୍ୟମକୁ ଝଟକା , କେନ୍ଦ୍ର କହିଲା ” ନା “

0

କୋଲକାତା: କେନ୍ଦ୍ରର ବିଜେପି ସରକାରଙ୍କ ସହ ଟକରାଟକରୀ ସ୍ଥିତିରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲାଗିଛି ଝଟକା | ପଶ୍ଚିମବଂଗର ନାମ ପରିବର୍ତ୍ତନ କରି ଏହାକୁ ବାଂଲା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବକୁ ବ୍ରେକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର। ପଶ୍ଚିମବଂଗ ସରକାରଙ୍କ ଏହି ପ୍ରସ୍ତାବକୁ  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଗ୍ରାହ୍ୟ  କରି ଦେଇଛି ବୋଲି ସଂସଦରେ ଉପସ୍ଥାପିତ ତଥ୍ୟରୁ ଜଣାପଡିଛି | ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୌଣସି ରାଜ୍ୟର ନାମକୁ ଏଭଳି ପରିବର୍ତ୍ତନ କରାଯାଇ ପାରିବ ନାହିଁ | କୌଣସି ରାଷର ନାମ ପରିବର୍ତ୍ତନ ସାମ୍ବିଧାନିକ ସଂଶୋଧନ ଦ୍ୱାରା କେବଳ ହୋଇପାରିବ ବୋଲି ସ୍ୱରଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି |

Leave A Reply

Your email address will not be published.