ବ୍ୟାଙ୍କ ସମୁହ ଜିଲ୍ଲା ପରାମର୍ଶ ଦାତା କମିଟି ସହ ଜିଲ୍ଲା ସମୀକ୍ଷା ବୈଠକ

0

  ଜଗତସିଂହପୁର(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପତ୍ର ଅଧ୍ୟକ୍ଷତା କରି ଜିଲ୍ଲାରେ କ୍ରେଡିଟ ଡେଭିଟି ଅନୁଯାଇ ୪୦ ପ୍ରତିଶତ ରୁ କମ ଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନଙ୍କୁ ଶିକ୍ଷା ଋଣ ଓ କୃଷି ଋଣ ତୁରନ୍ତ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ।ଏଥି ସହିତ ମିଶନ ଶକ୍ତି, ସ୍ୱୟଂସହାୟକ ଗୋଷ୍ଠୀ,ଯୁବ ଉଦ୍ୟୋଗୀ,ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି ବୈଠକରେ କୃଷି,ଉଦ୍ୟାନ କୃଷି, ମାଛ ଚାଷ, ପଶୁପାଳନ,ପ୍ରଧାନମନ୍ତ୍ରୀ ମୁଦ୍ରାଯୋଜନା,ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ସମସ୍ତ ବ୍ୟାଙ୍କ ଅଧିକାରୀ  ଆର ବି ଆଇ ଅଧିକାରୀ,ନାବାର୍ଡ ,ପି ଡି,ବ୍ୟାଙ୍କ ଏଲ ଡ଼ି ଏମ,ଓ ଜିଲ୍ଲାପରିଷଦ ସଭାପତି ପ୍ରମୁଖ ଯୋଗଦେଇଥିଲେ |

Leave A Reply

Your email address will not be published.