ଭୁବନେଶ୍ୱର, (ଶାସକ ପ୍ରଶାସକ) : ସର୍ବଶେଷ ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟ, ନିମ୍ନ ଅଦାଲତ, ବିଭିନ୍ନ ଟ୍ରିବ୍ୟୁନାଲ୍ ଆଦିରେ କେତେସଂଖ୍ୟକ ମାମଲା ବିଚାରାଧୀନ ରହିଛି । ସେଥିମଧ୍ୟରୁ କେତେସଂଖ୍ୟକ ମାମଲା ୧୦ ବର୍ଷ, ୫ ବର୍ଷ ଓ ୩ ବର୍ଷରୁ ଅଧିକ ପୁରୁଣା? ଏ ନେଇ ବିଧାନସଭାରେ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ସେହି ତଥ୍ୟ ରାଜ୍ୟ ସରକାର ଦେଇପାରିଲେ ନାହିଁ । କହିଲେ ତଥ୍ୟ ସଂଗ୍ରହ କରାଯାଉଛି । ତଥ୍ୟ ହସ୍ତଗତ ହେଲା ପରେ ତାହା ଗୃହକୁ ଜଣାଇ ଦିଆଯିବ ।
ଆଜି ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ତେବେ ଏହି ପ୍ରଶ୍ନର ଅନ୍ୟ ଅଂଶଟିର ଉତ୍ତରରେ ମନ୍ତ୍ରୀ କହିଲେ ଯେ ୨୦୧୧ ଅକ୍ଟୋବର ମାସ ୧୮ ତାରିଖରେ ରାଜ୍ୟସ୍ତରୀୟ ଉଚ୍ଚ କ୍ଷମତା ସଂପନ୍ନ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ୨୦୧୮ ସେପେ୍ଟମ୍ବର ୬ ତାରିଖରେ ଏବଂ ଗତ ଏପ୍ରିଲ୍ ମାସ ୧୭ ତାରିଖରେ ସର୍ବଶେଷ ରାଜ୍ୟସ୍ତରୀୟ ଉଚ୍ଚ କ୍ଷମତା ସଂପନ୍ନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ପ୍ରାଶାସନିକ ବିଭାଗର ନୋଡାଲ୍ ଅଫିସରମାନଙ୍କୁ ରାଜ୍ୟ ମାମଲା ନୀତି ସଂପର୍କରେ ସଚେତନ କରିବାକୁ ଆଇନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା ।
ଏହି ନିଷ୍ପତ୍ତି ମୁତାବକ ଗତ ମେ’ ୧୬ ତାରିଖରେ ନୋଡାଲ୍ ଅଫିସରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ଅଦାଲତରେ ରାଜ୍ୟ ସରକାର ପକ୍ଷଭୁକ୍ତ ଥିବା ମାମଲାଗୁଡ଼ିକର ଉପଯୁକ୍ତ ତଦାରଖ ଓ ଆବଶ୍ୟକ ସ୍ଥଳେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଇବା ପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟର ଏଓଆର ୦୧୧ମାନଙ୍କୁ ମାମଲା ନୀତିର ବିଭିନ୍ନ ଦିଗ ପ୍ରତି ସଚେତନ କରାଇବା ନିମନ୍ତେ ବୈଠକ ଡାକିବାକୁ କୁହାଯାଇଛି ।
ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ ତଥ୍ୟ ସଂଗ୍ରହ ଆଳରେ ଆଇନ ମନ୍ତ୍ରୀ ତଥ୍ୟ ପ୍ରଦାନ କରିବାକୁ ଏଡ଼ାଇ ଯାଇଥିଲେ । ଯଦି ସରକାରଙ୍କ ନିକଟରେ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ସଂପର୍କିତ ତଥ୍ୟ ନାହିଁ, ଏହା ଅତ୍ୟନ୍ତ ଗୁରୁତର ବ୍ୟାପାର । କାରଣ ମାମଲା ସଂପର୍କରେ ତଥ୍ୟ ନଥାଇ ସରକାର କିପରି ମାମଲା ନୀତି ପରିଚାଳନା କରିବେ ବୋଲି ସେ ପଚାରିଛନ୍ତି ।
Sign in
Sign in
Recover your password.
A password will be e-mailed to you.