ଅବସର ଜୀବନକୁ ଅଧିକ ଅର୍ଥ ପୂର୍ଣ୍ଣ ଓ ମୂଲ୍ୟବାନ କରନ୍ତୁ: ନିର୍ଦ୍ଦେଶକ

0

ସୂଚନା ଓ ଲୋକସଂପର୍କବିଭାଗରେ ଅବସରକାଳୀନ ସଭା

ଭୁବନେଶ୍ୱର,(ଶାସକ ପ୍ରଶାସକ)  ଚାକିରି ଜୀବନର ଅଭିଜ୍ଞତା, ଅନୁଭବ ଓ ସଂପର୍କକୁ ଆଧାର କରି ଅବସର ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁବିଭାଗର ଅବସର ପ୍ରାପ୍ତ ଅଧିକାରୀ  ଓ କର୍ମଚାରୀମାନେ ଖସଡ଼ା ପ୍ରସ୍ତୁତ କରିବାକୁ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତି |  ବିଭାଗର ଯୁଗ୍ମ  ନିର୍ଦ୍ଦେଶକ ଶ୍ରୀ ଜଳନ୍ଧର ପୁଷିକା, ନିର୍ଗମନ ଉପବିଭାଗ ଅଧିକ୍ଷକ  କୁମୁଦିନୀ ଦାଶ ଓ ପ୍ରେସ ପ୍ରକୋଷ୍ଠ କର୍ମଚାରୀ କେତକୀ ଦାସଙ୍କ ସେବାନିବୃତ୍ତି ଅବସରରେ ଅନୁଷ୍ଠିତ ଏକ ସଭାରେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସେମାନଙ୍କ ଅବସର ଜୀବନରେ ସୁସ୍ଥତା, କର୍ମଚଞ୍ଚଳତା ଓ ଶୃଙ୍ଖଳା ଅବ୍ୟାହତ ରହିବ ଏବଂ ଭବିଷ୍ୟତରେ ସେମାନେ ସମାଜ ପ୍ରତି ନିଜସ୍ୱ ଅବଦାନ ପ୍ରକଟ କରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକଟ କରିଛନ୍ତି |
ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ନିରଞ୍ଜନ ସେଠୀ ଅଧ୍ୟକ୍ଷତା କରିଥିବାବେଳେ ଯୁଗ୍ମଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ବକ୍ତବ୍ୟ ରଖି ସେବାନିବୃତ୍ତ  ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ତଥାବିଭାଗ ପ୍ରତି ସେମାନଙ୍କ ଅବଦାନର ପ୍ରଶଂସା କରିଥିଲେ | ବରିଷ୍ଠ ସୂଚନା ଅଧିକାରୀ  ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ରବୀନ୍ଦ୍ର ପଟ୍ଟନାୟକ ମଧ୍ୟବକ୍ତବ୍ୟ ରଖିଥିଲେ | ସେବାନିବୃତ୍ତ ଅଧିକାରୀ  ଶ୍ରୀ ପୁଷିକାଙ୍କ ସମେତ ଅନ୍ୟ ଦୁଇଜଣ କର୍ମଚାରୀବିଭାଗ ପ୍ରତି ସେମାନଙ୍କ କୃତଜ୍ଞତା ପ୍ରକାଶ କରିଥିଲେ | ସେମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ସମେତ ମଞ୍ଚାସୀନ ପଦାଧିକାରୀବୃନ୍ଦ ପୁଷ୍ପଗୁଚ୍ଛ, ଉପଢୌକନ ଓ  ପୁସ୍ତକ ପ୍ରଦାନ କରିଥିଲେ |  କାର୍ଯ୍ୟକ୍ରମରେ  ବିଭାଗର ବିଭିନ୍ନ ଅଧିକାରୀ, ଅନ୍ୟାନ୍ୟ ପ୍ରଭାଗର କର୍ମଚାରୀବୃନ୍ଦ ଉ ପସ୍ଥିତ ରହି ଅବସର ପ୍ରାପ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ |

Leave A Reply

Your email address will not be published.