୭୦ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଶୁଭାରମ୍ଭ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ବି.ସିତାପୁର ଗ୍ରାମସ୍ଥିତ ଗୋପିନାଥ ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗର ଦେବଗିରି ରେଞ୍ଜ ପକ୍ଷରୁ ୭୦ତମ ବନମୋହତ୍ସବ ସପ୍ତାହ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ରେଞ୍ଜ ଅଧିକାରୀ ଏମ. ନରସିଂହଙ୍କ ସଭାପତିତ୍ୱରେ ସରକାରୀ ବନ ସଂରକ୍ଷଣ ଅଧିକାରୀ ପ୍ରଭାକର ନାୟକ ଯୋଗ ଦେଇ ଉତାପ୍ତ ପୃଥିବୀକୁ ଶୀତଳ କରିବାର ମୁଖ୍ୟ ଉପାୟ ହେଲା ସବୁ ଆଡେ ଗଛ ଲଗାଇ ପରିବେଶ ସବୁ ଜିମା କରିଦେବା, ଜଙ୍ଗଲକୁ ସଂରକ୍ଷଣ କରି ନୁଆଗଛ ଲଗାଇବା ଏବଂ ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ର ଆବଶ୍ୟକତା ଉପରେ କହିଥିଲେ । ପ୍ରତ୍ୟେକେ ନିଜର ଜନ୍ମ ଦିନ ସମେତ ପର୍ବପର୍ବାଣୀ ଦିନରେ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେରାଣ୍ଡି ସରପଞ୍ଚ ରେଗିଟି ରାଣି , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବନତ୍ସୋବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ମାନେ ପିଜୁଳି, ଜାମୁକୋଳି,କରଞ୍ଜିଓ , କଦମ୍ୱ ଏବଂ ରାଧାକୃଷ୍ଣଚୁଡା ପ୍ରଭୃତି ବୃକ୍ଷରୋପଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଗୌଡ, ସନ୍ତୋଷ ସାହୁ, ବାବୁଲା ପଟ୍ଟନାୟକ,ଏମ .ମହେଶ, ସନ୍ତୋଷ ପରିଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.