ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା:‘ଗୋପବନ୍ଧୁ ଭାରତର ଗର୍ବ’

0

ଭୁବନେଶ୍ବର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା ଗୋପବନ୍ଧୁ ସ୍ମାରକୀ ତର୍କ ପ୍ରତିଯୋଗିତାର ମୁଖ୍ୟଅତିଥି ବରିଷ୍ଠ ଚିକିତ୍ସକ ତଥା ଏମ୍ସ ଭୁବନେଶ୍ବରର ପ୍ରାକ୍ତନ ନିର୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ।
 ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥିମାନେ ଗୋପବନ୍ଧୁଙ୍କ ସେବା ତ୍ୟାଗର ମୁର୍ତ୍ତିମନ୍ତ ପ୍ରତୀକ ବୋଲି ଅଭିହିତ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନ୍ୟାନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ବକୃତା ପ୍ରତିଯୋଗିତା କରାଯାଇଥିଲା। ବିଜେବି ମହାବିଦ୍ୟାଳୟ କଳା ବିଭାଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ ଦାଶ, ଜେକେବିକେ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଭୂତି ମହାପାତ୍ର, ପିଏନ୍‌ ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରାକ୍ତନ ପ୍ରଫେସର ବିଷ୍ଣୁପ୍ରିୟା ଓତା, ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ କନିଷ୍ଠ ବିଭାଗରେ ବିଷୟ; ଭାରତର ବର୍ଦ୍ଧିତ ଜନସଂଖ୍ୟା ଦେଶ ବିକାଶରେ ସହାୟକ କି ? ରହିଥିଲା।
ଏଥିରେ ପ୍ରଥମ ସ୍ଥାନ: ପବିତ୍ର ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗୀ
ଦ୍ବିତୀୟ ସ୍ଥାନ: ପ୍ରିୟାଂଶୁ ଷଡଙ୍ଗୀ, ଓଡିଏମ୍‌ ପବ୍ଲିକ ସ୍କୁଲ
ତୃତୀୟ ସ୍ଥାନ: ସିଦ୍ଧେଶ୍ବର ରାଉତ, ସରସ୍ବତୀ ବିଦ୍ୟାମନ୍ଦିର ୟୁନିଟ୍‌-୮
ସେହିପରି ବରିଷ୍ଠ ବିଭାଗର କୃତି ପ୍ରତିଯୋଗୀ
(ବିଷୟ; ସାମ୍ପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି ?)
ପ୍ରଥମ: ଆକାଂକ୍ଷା କବି, କିଟ୍‌ ଲ’ ସ୍କୁଲ
ଦ୍ବିତୀୟ: ମୋନାଲି ସାହୁ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
ତୃତୀୟ : ବିଶ୍ବକେଶନ୍‌ ଦାଶ, ବେସିକ୍‌ ସାଇନ୍ସ କଲେଜ

Leave A Reply

Your email address will not be published.