ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁ ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ପାଇଲେ ମୁକ୍ତି

0

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଓଡ଼ିଆ  ନାବିକ  ସୁଦୀପ ଚୌଧୁରୀଙ୍କୁ ମୁକ୍ତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର -ଓଡ଼ିଆ  ନାବିକ  ସୁଦୀପ ଚୌଧୁରୀଙ୍କ ସମେତ 5 ଭାରତୀୟ ନାବିକ ନାଇେଜରିଆରୁ ପଣବନ୍ଦୀରୁ ମୁକ୍ତ ହେବ ପରେ  ଏହି ଘଟଣାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଘଟଣାରେ ଶ୍ରୀ ଜୟଶଙ୍କରଙ୍କ ସମେତ ଏଥିରେ ସହାୟତା କରିଥିବା ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ  ଜଣାଇଛନ୍ତି | ନାଇଜେରିଆରେ ପଣବନ୍ଦୀ ହୋଇ ରହିଥିବା ଭାରତୀୟ ନାବିକଙ୍କ ଉଦ୍ଧାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ  ବାପା ପ୍ରଦୀପ  କୁମାର ଚୌଧୁରୀଙ୍କ ପକ୍ଷରୁ ନିବେଦନ କରାଯାଇଥିଲା | ଓଡ଼ିଶାର ସୁଦୀପ ଚୌଧୁରୀଙ୍କ ସମେତ  ହରିୟାଣାର ଅମିତ  ହୁଡା, ମହାରାଷ୍ଟ୍ରର ଚିରାଗ  ୟାଦବ,ଆନ୍ଧ୍ରପ୍ରଦେଶର  ଅଭିନାଶରେଡ୍ଡୀ ଏବଂ ମୁଗୁ ରବି ପଣବନ୍ଦୀ ରହିଥିବା  ବେଳେ ସେମାନଙ୍କ ଉଦ୍ଧାର ପାଇଁ ବ୍ୟକ୍ତିଗତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ପ୍ରଧାନ |

Leave A Reply

Your email address will not be published.