ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଆଜି ଆଗତ କରିଛନ୍ତି କୃଷି ବଜେଟ୍ । ଆଜି ଉପସ୍ଥାପିତ ହୋଇଥିବା କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କା ରହିଛି |
ଏହି ବଜେଟରେ ମୁଖ୍ୟତ ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ ବୋଲି କୁହାଯାଇଛି | ଆସନ୍ତା ବର୍ଷ ଅଭିବୃଦ୍ଧି ରାଜ୍ୟର ଅଭିବୃଦ୍ଧି ହାର ୮.୩% ହେବାକୁ ଲକ୍ଷ୍ୟ ରଖାଯାଇସିଛି ଓ କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଆମ ସରକାରର ମୂଳ ଲକ୍ଷ୍ୟ ରହିଛି | ବିଗତ ୭ ବର୍ଷ ମଧ୍ୟରେ ୫ମ ଥର ପାଇଁ ଆମ ରାଜ୍ୟ କୃଷି କର୍ମଣ ପାଇଛି | ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି ଓ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି |ଏଥିପାଇଁ ପାଇଁ ମୋଟ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି |
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟି, ଚାଷୀଙ୍କୁ ସାର ଯୋଗାଇବାକୁ ଶହେ କୋଟିର ଆବର୍ତ୍ତନ ପାଣ୍ଠି, ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି, ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟବରାଦ କରାଯାଇଛି | ଚାଷୀମାନଙ୍କୁ ୧ ଲକ୍ଷ ପର୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ ବ୍ୟବସ୍ଥା କରାଯାଇଛି | ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି |
Sign in
Sign in
Recover your password.
A password will be e-mailed to you.