ଛାତ୍ର ବିଜେଡିର “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ: ୫୨୯ ୟୁନିଟ୍‍ ରକ୍ତ ସଂଗୃହୀତ

0

 

 

ଭୁବନେଶ୍ୱର : ଜୀବନ ବିନ୍ଦୁ ଅଭିଯାନରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଛାତ୍ର ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ୫୨୯ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା । 

 ଏହି ରକ୍ତଦାନ ଶିବିରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ପ୍ରତାପ ଜେନା, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ବିଜେଡି ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରିୟଦର୍ଶୀ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ବିଜୁ ଜନତା ଦଳ ରାଜ୍ୟ ସଂପାଦକ ତଥା ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ (ପ୍ରୋଗ୍ରାମ ଓ ମିଡିଆ) ବିଜୟ ନାୟକ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତି୍ରପାଠୀ, ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ସଂପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ପଣ୍ଡା, ସଂସଦ କୁମାର ନାୟକ, ସମୀରଣ ଦାସ, ସ୍ୱାଗତ ନନ୍ଦ, ସଂଜୀବ ପାତ୍ର ଶ୍ୟାମ ପ୍ରସାଦ ପଣ୍ଡା, ସ୍ୱରାଜ ପରିଡ଼ା, ସୁମିତ ରାଣା, ଅମର ଜ୍ୟୋତି ଝଟକ୍‍ ସିଂହ, ସତ୍ୟ ନାରାୟଣ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରକୁ ଏସ୍‍ସିବି ମେଡ଼ିକାଲ କଲେଜ୍ ବ୍ଲଡ୍‍ ବ୍ୟାଙ୍କ (କଟକ), ମଡେଲ ବ୍ଲଡ୍‍ ବ୍ୟାଙ୍କ କ୍ୟାପିଟାଲ ହସପିଟାଲ, ବିଏମ୍‍ସି ହସ୍ପିଟାଲ (ଭୁବନେଶ୍ୱର) ଓ ଯାଜପୁର ମେଡିକାଲ୍‍ ବ୍ଲକ ବ୍ୟାଙ୍କର ସହାୟତାରେ ସଂପାଦନା କରାଯାଇଥିଲା ।

Leave A Reply

Your email address will not be published.