ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବେ ୫ବର୍ଷ ପାଇଁ

0

ପ୍ରାର୍ଥୀପତ୍ର ଦାଖଲ କଲେ ଅମର  ଓ ସସ୍ମିତ

 ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ  ଅନୁରୋଧ ବୋଧହୁଏ ଜୋରଦାରିଆ ହୋଇଯାଇଛି | ନହେଲେ ରାଜ୍ୟସଭା ସିଟ ବିଜେପି ସମର୍ଥିତ ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଦେଲେ ତ ଦେଲେ, ପୁଣି ନିଜ ଦଳର ଲୋକକୁ ୩ ବର୍ଷିଆ ଟର୍ମ ଦେଇ ବୈଷ୍ଣବଙ୍କୁ ୫ ବର୍ଷିଆ ଟର୍ମ ଦେଲେ | କାରଣ ଏଇଆ ହୋଇଥିବ ନଚେତ ବିଜେଡି ସଭାପତି ଅତ୍ୟଧିକ ସୌଜନ୍ୟତା ଆଉ ବଦାନ୍ୟତା ପ୍ରଦର୍ଶନ କରି ଏହି ନିଷ୍ପତ୍ତି ନେଇଥିବେ |  ସେ ଯାହା ବି ହେଉ ରାଜ୍ୟସଭା ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିରୁ  ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର  |
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅମର  ଓ ସସ୍ମିତ ବିଧାନସଭା ସଚିବଙ୍କ ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ, ନଗର ଉନ୍ନୟନ ତଥା ଆଇନ  ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ବିଧାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.