ବାଲିକୁଦା ସରକାରୀ ହାଇସ୍କୁଲର ପୁରାତନ ଛାତ୍ରସଂଘ ପକ୍ଷରୁ ମନ୍ତ୍ରୀ ରଘୁନନ୍ଦନଙ୍କୁ ଅଭିନନ୍ଦନ
ଭୁବନେଶ୍ୱର,(ଶାସକ ପ୍ରଶାସକ): ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଅର୍ପଣ କରିଛନ୍ତି, ଗଭୀର ନିଷ୍ଠା ଓ ଆଧୁତାର ସହିତ ସେହି ଦାୟିତ୍ୱ ନିର୍ବାହ କରି ବାଲିକୁଦା ମାଟିର ମାରୱାଡାକୁ ଅକ୍ଷୁଣ୍ଣ ରଖିବେ ବୋଲି ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି | ଭୁବନେଶ୍ୱରଠାରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ମର୍ମରେ ସ୍ୱଚ୍ଛତା ଓ ସାଧୁତା ହିଁ ତାଙ୍କ ପ୍ରତିବଦ୍ଧତାର ଚାବିକାଠି ହେବ ବୋଲି କହିଛନ୍ତି |
ଜଗତସିଂହ ପୁର ଜିଲ୍ଲାବାଲିକୁଦା ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରସଂଘ ତରଫରୁ ସଂଘର ସାଧାରଣ ସଂପାଦକ,ବାଲିକୁଦା-ଏର୍ସମାର ଜନପ୍ରିୟ ବିଧାୟକ ମନ୍ତ୍ରୀ ଶ୍ରୀଦାସଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ବିପୁଳ ସ୍ୱାଗତ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇଛି | ଶିକ୍ଷାୟତନର ପୁରାତନ ଛାତ୍ରୀ,ବିଶିଷ୍ଟ ଔ ପନ୍ୟାସିକା ତଥା ଜ୍ଞାନ ପୀଠବିଜୟିନୀ ପଦ୍ମଶ୍ରୀ ଶ୍ରୀ ଡ. ପ୍ରତିଭା ରାୟ ଏହି ସମ୍ବର୍ଧନା ସଭାରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ | ମନ୍ତ୍ରୀ ଶ୍ରୀ ଦାସଙ୍କୁ ନିଜର ସାନଭାଇ ଭାବରେ ସମ୍ବୋଧନ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ତାଙ୍କ ଉପରେ ନ୍ୟସ୍ତ କରା ଯାଇଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ସଂପାଦନ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ | ନିଷ୍ଠା, ସାଧୁତା, ଅଧ୍ୟବସାୟ ସହିତ ଅଧ୍ୟୟନର ଆବଶ୍ୟକତା ଉପରେ ଡ. ରାୟ ଗୁରୁତ୍ୱାରୋପ କରିଥିଲେ | ଯେଉଁ ମାଟି ତାଙ୍କୁ ଜନ୍ମ ଦେଇଛି, ଯେଉଁ ବିଦ୍ୟାଳୟ ତାଙ୍କ ଜୀବନକୁ ସଂସ୍କାରିତ କରିଛି ସେହି ମା’, ମାଟି ଓବିଦ୍ୟାଳୟର ସୁନାମ ଶ୍ରୀ ଦାସବଜାୟ ରଖିବେ ବୋଲି ଡ. ରାୟ ଆଶାବ୍ୟକ୍ତ କରିଥିଲେ |
ଏହି ସଞ୍ଚର୍ଦ୍ଧନା କାରିଆଲ୍ରମରେ ପୁରାତନ ଛାତ୍ରସଂଘରବହୁବରିଷ୍ଠ ସଭ୍ୟସଭ୍ୟା ମନ୍ତ୍ରୀ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସଞ୍ଚର୍ଦ୍ଧିତ କରିବା ସହ ଜଣେ ସୁଦକ୍ଷ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପାଇଁ ପରାମର୍ଶ ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭା ପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋ , ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଂ ପାଦକ ଶ୍ରୀ ଯତୀନ୍ଦ୍ର ନାଥ ମହାନ୍ତି, ଅବସର ପ୍ରାପ୍ତ ପ୍ରଶାସକ ତଥା ଛାତ୍ରସଂଘର ଉପଦେଷ୍ଟା ଶ୍ରୀ ଅନୀଲ ଦାସ ଏବଂ ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ପୁରେନ୍ଦ୍ର ଦାସ ପ୍ରମୁଖ ମନ୍ତ୍ରୀ ଶ୍ରୀ ଦାସଙ୍କୁ ବାଲିକୁଦା ମାଟିର ଗର୍ବ ଓ ଗୌରବ ରୂପେ ଅଭିହିତ କରିଥିଲେ | ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ରୂପେ ଗଢ଼ିତୋଳି ପାରିଲେ ପୁରାତନ ଛାତ୍ରସଂସଦର ବହୁ ପ୍ରତୀକ୍ଷିତ ଅଭିଳାଷ ପୂରଣ ହୋଇ ପାରିବ ବୋଲି ବକ୍ତାବୃନ୍ଦ ମତ ପ୍ରଦାନ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ଦାସଙ୍କ ସଂଘର୍ଷମୟ ରାଜନୈତିକ ଜୀବନର ସ୍ମୃତିଚାରଣ କରି ଛାତ୍ରସଂସଦର ସଭ୍ୟ ଡ. ସୁଶାନ୍ତ କାନୁନଗୋ , ଶ୍ରୀ ଭିଷ୍ମଦେବ ଦାସ, ଶ୍ରୀ କ୍ଷେତ୍ରମୋହନ ଦାସ, ଶ୍ରୀ ଗଗନବିହାରୀ ନାୟକ, ଶ୍ରୀ ରବୀନ୍ଦ୍ର ସ୍ୱାଇଁ, ଡ.ବିପିନ୍ ମହାନ୍ତି ପ୍ରମୁଖ ମନ୍ତ୍ରୀ ଶ୍ରୀ ଦାସଙ୍କ ଧୈର୍ୟ ,ସାହସ, କର୍ତ୍ତବ୍ୟନିଷ୍ଠା, ସାଂଗଠନିକ ଦକ୍ଷତା ଓ ଜନସେବାର ଭୂୟସୀ ପ୍ରଶଂସା କରିଥିଲେ | ମନ୍ତ୍ରୀ ଶ୍ରୀ ଦାସ ଏ ପରି ସମ୍ବର୍ଧନାକୁ ଆତ୍ମୀୟତାର ମହାମିଳନ ବୋଲି କହି ପୁରାତନ ଛାତ୍ରସଂଘର ବନ୍ଧୁମାନଙ୍କ ସୁପରାମର୍ଶ ଓ ଆନ୍ତରିକତା ତାଙ୍କୁ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଅନୁପ୍ରେରିତ କରିବ ବୋଲି କହିଥିଲେ |
କାର୍ଯ୍ୟକ୍ରମରେ ସଂଘର ସଭ୍ୟ ଶ୍ରୀବିଜୟ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶ୍ରୀ ଭିଷ୍ମଦେବ ଦାସ ଓ ଶ୍ରୀ କୁଞ୍ଜବିହାରୀ ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ନିକୁଞ୍ଜ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |