ନବୀନଙ୍କ ସୂଚନା : ପ୍ରଧାନମନ୍ତ୍ରୀ ଓ ସାହଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି କରିବ ସମର୍ଥନ

0 1

ଆଶା କରି ବସିଥିଲେ ତିନି ଡଜନ, ଆମର-ଅଶ୍ୱିନୀ-ସସ୍ମିତ ଯିବେ ଉଚ୍ଚ ସଦନ

ଅଶ୍ୱିନୀ ବୈଷ୍ଣବ ବିଜେପି ଦ୍ୱାରା ପସନ୍ଦ ହୋଇଥିବା ବିଜେଡି ପ୍ରାର୍ଥୀ !

ଭୁବନେଶ୍ୱର: ତିନି ଆସନ ପାଇଁ ତିନି ଡଜନ ଆଶାୟୀ ଥିଲେ, ଅନେକ କୁଆଡେ ପ୍ରତିଶ୍ରୁତି ପାଇଥିଲେ | ଆଉ କେହି କେହି ରାଜ୍ୟ ସଭା ନପଠାଇଲେ ବିଜେପି ପଳାଇବେ ବୋଲି ଧମକ ଦେଇଥିଲେ | ହେଲେ ଶେଷରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସଂଖପତି ତାଙ୍କ ଦଳର ତିନି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି | ଦଳର ଆଇଟି ସେଲ ମୁଖ୍ୟ ତଥା ପୂର୍ବତନ ଏଜି ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯିବ ଏକ ପ୍ରକାର ନିଶ୍ଚିତ ଥିବା ବେଳେ ସେଇଆ ହିଁ ହୋଇଛି | ଆଉ ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଛନ୍ତି ନବୀନ ବାବୁ | ହେଲେ ତୃତୀୟ ବ୍ୟକ୍ତି ଭାବେ ଯାହା ନାମ ଘୋଷଣା କରାଯାଇଛି ତାହା ରାଜନୈତିକ ମହଲରେ ଚର୍ଚାର ଖୋରାକ ଜୋଗାଇଛି |  ପୂର୍ବତନ ସାଂସଦ ପ୍ରସନ୍ନ ପାଟସାଣୀଙ୍କ ଧମକ କାମ ଦେଇନି ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆପାତତଃ ହୋଇଛନ୍ତି ନିରାଶ ।
ଅମର ପଟ୍ଟନାୟକ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ ହେବେ ବୋଲି ଜଣାଥିଲା । ହେଲେ ଏବେ ଏତେ ବରିଷ୍ଠ ନେତା ଆଉ ଆଶାୟୀ ଥାଉ ଥାଉ ସସ୍ମିତଙ୍କ ଭଳି ଯୁବ ମୁଖପାତ୍ର ଓ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଅପ୍ରତ୍ୟାଶିତ ଚରିତ୍ର ସମସ୍ତଙ୍କୁ ପଛରେ ପକାଇ ରାଜ୍ୟସଭା ପଠାଇବା ପାଇଁ ନବୀନ ବାବୁଙ୍କ ନିଷ୍ପତ୍ତି ଦଳୀୟ ନେତାଙ୍କୁ ନିରାଶ ଆଉ ବିସ୍ମିତ କରିଛି | ସସ୍ମିିତଙ୍କ କଣ୍ଟ୍ରିବ୍ୟୁସନକୁ ନେଇ କୌଣସି ପ୍ରଶ୍ନ ଚିହ୍ନ ନାହିଁ | କିନ୍ତୁ ବୈଷ୍ଣବ ବିଜେଡିର ସଦସ୍ୟ ନୁହଁନ୍ତି । ଅଟଳ ବିହାରୀ ବାଚ୍ଚପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ ସଚିବ ରହିବା ସହ ଓଡିଶାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ | ଏମାନଙ୍କ ନାମ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ  ସାହଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବ |  ଏହାର ଅର୍ଥ ଯେ ଅଶ୍ୱିନୀ ବୈଷ୍ଣବ ବିଜେପି ଦ୍ୱାରା ପସନ୍ଦ ହୋଇଥିବା ବିଜେଡି ପ୍ରାର୍ଥୀ |

Leave A Reply

Your email address will not be published.