ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 1

ନୂଆପଡା(ଅମିତ ପୁରୋହିତ); ସ୍ଥାନିୟ ଇନ୍ଡୋର  ଷ୍ଟାଡିୟମ ରେ ପତାଞଳି, ନେହେରୁ ଯୁବ କେନ୍ଦ୍ର, ଗୁରୁକୁଳ ଆଶ୍ରମ ଆମସେନା ଓ ହରିପୁର ଆଦି ସଂସ୍ଥା ମାନଙ୍କର ମିଳିତ ଆନୁକୁଲ୍ୟରେ ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ସ୍ଥାନିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଡ.ପୋମା ଟୁଡୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଉପ-ଜିଲ୍ଲାପାଳ ତରଣିସେନ ନାଏକ, ବିଜେପି ରାଜ୍ୟ ଉପ ସଭାପତି ପ୍ରସନ୍ନ କୁମାର ପାଢୀ, ଓସିଏ ଉପ ସଭାପତି ସରୋଜ ସାହୁ, ବିଇଓ ରେଶମଲାଲ ନାଏକ,ଗୁରୁକୁଳ ସଂସ୍ଥାପକ ସ୍ୱାମୀ ଧର୍ମାନନ୍ଦ ସରସ୍ୱତୀ, ଭାରତ ସ୍ୱାଭିମାନ ଟ୍ରଷ୍ଟର ରାଜ୍ୟ ସଂଗଠନ ମନ୍ତ୍ରୀ ଡ. ସୁଦର୍ଶନ ଆଚାରି ଦେଓ ଆଦି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ପାଢୀ ପରିଚାଳନା କରିଥିବା ବେଳେ ମହାମାୟା କଲେଜ ର ନିଦେ୍ର୍ଧଶକ ଟଙ୍କଧର ସାହୁ, କେଜିଏନଟି ର ଜାୟନାରାୟଣ ଘୋଷ,କଦମ ଏନଜିଓ ର ଜାଜ୍ଞସିନି ମହାପାତ୍ର, ବିଶିଷ୍ଟ ସମାଜସେବୀ ସୁରେଶ ଅଗ୍ରବାଲ, କ୍ଷମାନିଧି ଦେବାଙ୍ଗନ, ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.