ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଛିନ୍ଦେଇକେଲା ଗ୍ରାମରେ ଠାରେ 1949 ମସିହାରେ ସ୍ଥାପନ ସ୍ଥାପିତ UGME ସ୍କୁଲ ର ଅବସ୍ଥା ବର୍ତମାନ ଅତି ଶୋଚନୀୟ । ପ୍ରଶାସନିକ ଅଧିକାରୀ ମାନଙ୍କର ଚରମ ଅବହେଳା ଓ ଅପାରଗତା ଯୋଗୁଁ ଆଜି ସ୍କୁଲର ଅବସ୍ଥା ଏପରି ହେଲାଣି ଯେ ଅଂଚଳର ସାଧାରଣ ବର୍ଗର ଅଭିଭାବକ ମାନେ ସ୍କୁଲ ପରିସରରେ ନିଜର ଛୁଆକୁ ସୁରକ୍ଷିତ ମନେ କରୁନାହାନ୍ତି । ତାର ମୁଖ୍ୟ କାରଣ ହେଲା 70 ବର୍ଷ ପୁରୁଣା ଏହି ସ୍କୁଲର ଶ୍ରେଣୀ ଗୃହ । ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ଆଠଟି ଶ୍ରେଣୀ ପାଇଁ ମାତ୍ର ଗୋଟେ ପକ୍କା ଶ୍ରେଣୀ ଗୃହ ଥିବା ଏହି ସ୍କୁଲରେ ରେ ମୋଟ 250 ଜଣ କୋମଳ ମତି ଶିଶୁ ପାଠ ପଢ଼ନ୍ତି । ଗୋଟିଏ ପକ୍କା ଶ୍ରେଣୀ ଗୃହ ବ୍ୟତୀତ ଆଉ ଯେତେ ଶ୍ରେଣୀ ଗୃହ ରହିଛି ଆଜିକାର ସମୟରେ ସେଗୁଡ଼ାକ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଭାବରେ ଅଯୋଗ୍ୟ । ପୁରୁଣା ଘର ହେଇଥିବା କାରଣରୁ ବ୍ୟବହାର ପାଇଁ ଅନୁପଯୋଗୀ ଏହି ଶ୍ରେଣୀ ଗୃହ ସବୁ ମରଣ ଯନ୍ତା ସଦୃଶ୍ୟ । ବାରମ୍ବାର ବିଭାଗିଆ ଅଧୁକରି ମାନଙ୍କର ଦୃଷ୍ଟି ଆକର୍ଷଣ କଲାପରେ ବି ଫଳାଫଳ ସୁନ । ଜୀବନକୁ ବାଜି ଲଗାଇ ଏହି ଅସୁରକ୍ଷିତ ଶ୍ରେଣୀ ଗୃହରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳର ଗରିବ କୋମଳ ମତି ଶିଶୁ ମାନେ ।
ଗ୍ରୀଷ୍ମ ଛୁଟି ପରେ ଆଜି ସ୍କୁଲ ଖୋଲିଥିଲା । ଗତ କାଲି ଏହି ଅଂଚଳରେ ବର୍ଷା ମଧ୍ୟ ହେଇଥିଲା । ଆଜି ସ୍କୁଲର ଶିକ୍ଷକ ଓ କିଛି ଅଭିବାଭକ ସ୍କୁଲ କୁ ଯାଇ ଦେଖିଲେ ଯେ ଅଧିକାଂଶ କୋଠରୀର ଖପର ଛାତ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି । କିଛି ସ୍ଥାନରେ କାନ୍ଥ ଗୁଡିକରେ ଫାଟ ମଧ୍ୟ ସୃଷ୍ଟି ହେଇଯାଇଛି । ଏହା ଦେଖିବା ପରେ ଅଭିଭାବକ ମାନଙ୍କର ମଧ୍ୟରେ ତୀବ୍ର ରୋଷ ଦେଖାଦେଇଥିଲା । ବାରମ୍ବାର ବିଗତ 3 ବର୍ଷ ହେଲା ଅଭିଯୋଗ କଲାପରେ ମଧ୍ୟ ବିଭାଗିଆ ଅଧିକାରୀ ମାନଙ୍କର ଚରମ ଅବହେଳା ରୁ ଆଜି ଏହି ସ୍କୁଲ ଟି କୋଣସି ମତେ ବ୍ୟବହାର ଉପଯୋଗୀ ନୁହେଁ । ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଅବସ୍ତିତ ଏହି ସ୍କୁଲ କୁ ସାଧାରଣତଃ କୋଣସି ଜିଲ୍ଲା ସ୍ତରୀୟ କିମ୍ବା ରାଜ୍ୟ ସ୍ତରୀୟ ଅଧିକାରୀ ମାନେ ଯିବା ଆସିବା କରନ୍ତି ନାହିଁ କି କୋଣସି ସ୍ତାନୀୟ ଅଧିକାରୀ ମାନଙ୍କର ପିଲା ଏହି ସ୍କୁଲରେ ପାଠ ପଢ଼ନ୍ତି ନାହିଁ ବୋଧ ହୁଏ ଏଥିପାଇଁ ଆଜି ଏହି ସ୍କୁଲର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଏକ ସୁସ୍ଥ ଓ ସ୍ୱଚ୍ଛ ବାତାବରଣ ରେ ଛୁଆମାନେ ପାଠ ପଢ଼ିବାର ଛୁଆ ଙ୍କର ଅଧିକାର କିନ୍ତୁ ଏହି ସ୍କୁଲ ଏବେ ଛୁଆ ମାନଙ୍କର ପାଇଁ ବିପଦ । ଖୁବଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଅଭିବାଭକ ମାନେ ସ୍ପଷ୍ଟ ଭାବରେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.