ଜଗତସିଂହପୁର ତା.୨୩.୧୧ : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଓଡ଼ିଶାଗଡସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ବିଶିଷ୍ଠ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଓ ଜାତୀୟ କବି ବୀକିଶୋର ଦାସଙ୍କ ୧୩୦ ତମ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି I ଶିକ୍ଷାବିତ୍ ତଥା ପାଠାଗାରର ସଭାପତି ବିଜୟ କୁମାର ପତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବଂଶୀଧର ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସାହୁ, ଆଇନଜୀବୀ ଶିବପ୍ରସାଦ ମାଝୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ନବକୃଷ୍ଣ ଚୌଧୁରୀଙ୍କ ଜମିଦାରୀ ଉଚ୍ଛେଦ, କୃଷକଙ୍କ ଅଧିକାର, ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା, ଓଡ଼ିଶା କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ I ସେହି ଭଳି ଜାତୀୟ କବି ବୀର କିଶୋରଙ୍କ କାଳଜୟୀ କବିତା ମୋହନ ବଂଶୀ, ରଣ ଦୁନ୍ଦୁଭି, ମୋହନ ବେଣୁ , ବିଦ୍ରୋହୀ ବୀଣା ଆଦି କବିତା ମାଧ୍ୟମରେ ଦେଶ ବIସୀଙ୍କୁ ଜାତୀୟତା ଭାବ ଜାଗ୍ରତ କରିଥିବା ସଂମ୍ପର୍କରେ କହିଥିଲେ I ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ” ଜାତୀୟ କବି ବୀକିଶୋର”ବକ୍ତୃତା ‘”ଜନନାୟକ ନବକୃଷ୍ଣ” ପ୍ରତିଯୋଗିତା ଆୟୋଜିତ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା I ଏହି ସଭାରେ ଶିକ୍ଷାବିତ୍ ସତ୍ୟବାଦୀ ଦାସ, ବିଭୂତି ଭୂଷଣ ଲେଙ୍କା, ରାମ ଚନ୍ଦ୍ର ଆଚାର୍ଯ୍ୟ, ରମାକାନ୍ତ ସାମନ୍ତରାୟ, ସଞ୍ଜୟ ସାମନ୍ତସିଂହାର, ପ୍ରସନ୍ନ ମିଶ୍ର, ପ୍ରତାପ ରାଉତରାୟ ଏଵଂ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I ଶେଷରେ ଉପ ସଭାପତି ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post