ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ) ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମ ପଞ୍ଚାୟତ ର ଓଡିଶା ଜୀବିକା ମିଶନ ତରଫରୁ ପଞ୍ଚାୟତ ସ୍ତରୀୟ ମହିଲା ସ୍ୱଂୟ ସହାୟକ ଗୋଷ୍ଠୀ ର ଅଫିସ ଗୃହ ଉଦଘାଟନ ହୋଇଯାଇଛି। ଜାମସେଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଯୋଗଦାନ କରିଥିଲେ। ଉକ୍ତ ଉଦଘାଟନୀ ଉତ୍ସବ ରେ ଜାମସେଠ ସରପଞ୍ଚ ଶ୍ରୀମତୀ ରମ୍ଭାତାଣ୍ଡି ଫିତା କାଟି ଅଫିସ ଗୃହ ଉଦଘାଟନ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଶ୍ରୀ ବିଶ୍ବନାଥ ବାଗ,ଶ୍ରୀ ମୁରଲୀ ଧର ଗଡତିଆ ବିପିଏମ ପାଇକମାଲ,ରୋହିଣୀ ବରିହା ବିଏଲସି ପାଇକମାଲ,ରାଜେନ୍ଦ୍ର ପ୍ରଧାନ ପୂର୍ବତନ ସମିତିସଭ୍ୟ,ହେମଲତା ସାହୁ,ପଞ୍ଚାୟତ ମହାସଂଘ ସଭାପତି ପଦ୍ମାଲୟା ସାହୁ ସଭା ପରିଚାଲନା କରିଥିଲେ।,ସଂପାଦିକା ବୀଣା ପ୍ରଧାନ ଅତିଥି ପରିଚୟ ଓ ଏମବିକେ ସଚିଦେବୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ଗତ କାଲି ବରତୁଣ୍ଡା ଗ୍ରାମପଞ୍ଚାୟତର ଓଡିଶା ଜୀବିକା ମିଶନ ତରଫରୁ ବରତୁଣ୍ଡା ଠାରେ ଅଫିସ ଗୃହ ଉଦଘାଟନ କରାଯାଇଥିଲା। ବରତୁଣ୍ଡା ସରପଞ୍ଚ ଶ୍ରୀମତି ଜୟନ୍ତି ପୁଟା ଫିତା କାଟି ଉଦଘାଟନ କରିଥିଲେ। ବରତୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଯୋଗଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାସ ସଂଯୋଜକ ଦୁର୍ଯ୍ୟୋଧନ ବିଶି, ମୁରଲୀଧର ଗଡତିଆ ପାଇକମାଲ ବିପିଏମ। ରୋହିଣୀ ବରିହା ବିଏଲସି ପାଇକମାଲ ଯୋଗଦାନ କରିଥିଲେ। ବରତୁଣ୍ଡା ଗ୍ରାମପଞ୍ଚାୟତ ମହାସଂଘ ସଭାପତି ବିଲାସିନୀ ବିନ୍ଧାଣୀ ଅତିଥି ପରିଚୟ ପ୍ରଦାନ। ମନୋରମା ହେଣ୍ଣା’ ଏମବିକେ ସଭାପରିଚାଲନା କରିଥିଲେ।ସଂପାଦିକା ଖିଲେଶ୍ୱରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।