ଆର୍.କେ. ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

0

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ଅଧିନସ୍ଥ ଆର୍.କେ. ଉଚ୍ଚବିଦ୍ୟାଳୟର ୧୯୮୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରଜସଂକ୍ରାନ୍ତି ଅବସରରେ ସ୍ଥାନୀୟ ଶ୍ରୀଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଉନ୍ନତିକରଣ, ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ନିମନ୍ତେ ଆର୍ଥିକ ସହାୟତା ଓ ସାମାଜିକ କଲ୍ୟାଣ ନିମନ୍ତେ ସଂଘ ତରଫରୁ ଏକ ପାଣ୍ଠି ଗଠନ ନିମନ୍ତେ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ବର୍ଷଠାରୁ ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯିବା  ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏତଦ୍ବ୍ୟତୀତ ଆଗାମୀ ତିନିବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି । ସେମାନେ ହେଲେ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି (ସଭା ପତି), ଶ୍ରୀ ସୀତାକାନ୍ତ ଜେନା (ଉପସଭା ପତି),, ଶ୍ରୀ ସନାତନ ସାହୁ (ସଂପାଦକ-କୋଷାଧ୍ୟକ୍ଷ), ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ (ସହସଂପାଦକ) ଓ ଶ୍ରୀ ଶୈଳେନ୍ଦ୍ର କୁମାର ନାୟକ (ସହ ସଂପାଦକ) ।
ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶ୍ରୀ ହରେକୃଷ୍ଣ କର, ଶ୍ରୀ ତାପସ କୁମାର ଜେନା, ଶ୍ରୀ ସୁବାସ ଚନ୍ଦ୍ର ପତି, ଶ୍ରୀବିଘ୍ନେଶ ଚରଣ ରାଉତ, ଶ୍ରୀ ଅଧିଶ୍ୱର ନାୟକ, ଶ୍ରୀମତୀ ମମତା ନାୟକ, ଶ୍ରୀମତୀ ସବିତା ନାୟକ, ଶ୍ରୀ ଅରୁଣ କୁମାର ସ୍ୱାଇଁ, ଶ୍ରୀ ଅଜୟ କୁମାର ରାଉତ, ଶ୍ରୀ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇ  ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.