ବେଆଇନ ଗଞ୍ଜେଇ ଚାଷରେ ଚଢ଼ାଉ : ୫ ହଜାର ଗଛ ନଷ୍ଟ, ଜଣେ ଅଟକ

21

ସମ୍ବଲପୁର(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ଅବକାରୀ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଘୋସରାମାଲ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ନାଳ ନିକଟରେ ଏହି ବେଆଇନ ଗଞ୍ଜେଇ ଚାଷ କରାଯାଇଥିବା ଜଣାପଡ଼ିଥିଲା।

ଚଢ଼ାଉ ସମୟରେ କ୍ଷେତ୍ରପୁର, ଲାଞ୍ଜିମାଳ ଓ ଧାତୁକିମାଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ୧୪ଟି ଗଞ୍ଜେଇ ଚାଷ ଜମିରୁ ପ୍ରାୟ ୫ ହଜାର ଗଞ୍ଜେଇ ଗଛ ଚିହ୍ନଟ କରାଯାଇ ପୋଡ଼ି ଦିଆଯାଇଛି। ଏହି ଧରପଗଡ ଓ କାର୍ଯ୍ୟାନୁଷ୍ଠାନରେ ନାକଟିଦେଉଳ ତହସିଲଦାର ଅମର ଜସପ୍ରିତ ଟୁଡୁଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଥିବା ଗଛଗୁଡ଼ିକୁ ଏକତ୍ରିତ କରି ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା।
ଏହି ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତି ସନ୍ଦେହରେ କ୍ଷେତ୍ରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖି ପଚରାଉଚରା କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.