ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ।

7


ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ସହର ର ଭିଭିଗିରି ବାଳିକା ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ତତ୍ବାବଧାନରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମୋଟ ୫୩ ଟି ପ୍ରକଳ୍ପ ଯଥା କୃତ୍ରିମ ବୁଦ୍ଧିମତା, ସ୍ବାସ୍ଥ୍ୟ ଓ ସ୍ବଚ୍ଛତା, ବିପର୍ଯ୍ୟୟ ପରିଚାଳନା, ପ୍ରାକୃତିକ କୃଷି ପଦ୍ଧତି ଓ ବିଶୁଦ୍ଧ ପରିବେଶ ପ୍ରମୁଖ ସ୍ଥାନ ପାଇଛି। ଏହି ବିଜ୍ଞାନମେଳା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ମହାଶୟ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କର ବୁଦ୍ଧିମତା କୁ ପ୍ରଶଂସା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.