ପୁଅର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ, ନିଜେ ଫେରିଲେ ନାହିଁ

0 1

 ବଲାଙ୍ଗିର/ନିରୋଜ ମିଶ୍ର  : ପୁଅର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲକ୍ଷ୍ନୌ ଯାଇଥିଲେ | ହେଲେ ସେଠି ହୃଦଘାତରେ ନିଜର ଜୀବନ ଚାଲିଗଲା | ଏଭଳି ଏକ ଅଘଟଣ ବଲାଙ୍ଗୀରରେ ଶୋକର ଛାୟା ଖେଳାଇ ଦେଇଛି | ପ୍ରାଣ ହରାଇଥବା ବ୍ୟକ୍ତି ହେଲେ  ବଲାଙ୍ଗିରର ଯୁବ ନେତା ମନୀଷ ମିଶ୍ର। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ମନୀଷଙ୍କ ଘର ବଲାଙ୍ଗିର ସହରର ଠିକାଦାର ପଡ଼ାରେ।
ସୂଚନା ଅନୁଯାୟୀ, ଗତ ୬ ତାରିଖରେ ପୁଅର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ମନୀଷ ପରିବାର ସହିତ ଲକ୍ଷ୍ନୌ ଯାଇଥିଲେ। ୧୨ତାରିଖରେ ସେଠାରେ ଏକ ଲଜରେ ଥିବା ବେଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ତାଙ୍କ ମୃତଦେହ ଏଠାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ମନୀଷ ବଲାଙ୍ଗିର ଯୁବ ବିଜୁ ଜନତା ଦଳର ସାଧାରଣ ସଂପାଦକ ଥିଲେ। ଜଣେ ହାସ୍ୟ କଳାକାର, ଯୁବନେତା ତଥା ସମାଜସେବୀ ଭାବରେ ବେଶ ପରିଚିତ ଥିଲେ।ତାଙ୍କ ମୃତ୍ୟୁରେ ରାଜ୍ୟ ବିଜେଡି ଉପ-ସଭାପତି ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ ଓ ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶୋକ ବ୍ୟକ୍ତି କରିଛନ୍ତି |

Leave A Reply

Your email address will not be published.