ଡାବୁଗାଁ /ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ) ତା ୧୬/୧୧/୨୦୨୬ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ କାର୍ଯ୍ୟାଳୟ ମିଶନ ଶକ୍ତି ଗୃହରେ ଜିଲ୍ଲାପାଳ ମଧୁମିତା ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ୩୬ ଗୋଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ୧୯ ଟି ଓ ସାମୁହିକ ୧୭ ଟି ଅଭିଯୋଗ ରହିଥିଲା। ସାମୁହିକ ଅଭିଯୋଗ ମଧ୍ୟରେ ୧. ଡାବୁଗାଁ ମୁଖ୍ୟ ବଜାର ,ହାଇସ୍କୁଲ ରୋଡ, ଷ୍ଟେଟ ବ୍ୟାଙ୍କ ରୋଡ ଓ ତାରିଣି ଛକ ନିକଟରେ ଟ୍ରାଫିକ ସମସ୍ୟା,ଷ୍ଟେଟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ରେ ଶୌଚାଳୟ ଓ ପାନୀୟଜଳ ସୁବିଧା ଯୋଗାଇବା, କେଲିଆ ବାବା ଝାଡେଶ୍ୱର ଶୈବ ପୀଠର ଅସମ୍ପୂର୍ଣ୍ଣ ଭୋଗ ମଣ୍ଡପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା,ବାଣୁଆ ଗୁଡା ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା, ବଡ ଓଲମା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା, ଘୋଡାଖୁଣ୍ଟା ବିଦ୍ୟୁତ୍ ସବ୍ ଷ୍ଟେସନ ଶୀଘ୍ର କାର୍ଯ୍ୟକ୍ଷମ କରିବା, ଭିଭିଜି ରାମଜି ନୂତନ ପ୍ରକଳ୍ପ ଆରମ୍ଭ କରିବା,ରାବଣାଗୁଡ଼ା କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଇବା, ଅଟୋ ପାର୍କିଂ ସୁବିଧା ପ୍ରଦାନ,ଶିଶୁ ମନ୍ଦିର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସ୍ଥାନାତର କରିବା ତଥା ପାପଡାହାଣ୍ଡି ବ୍ଲକ ଜେଇ ପ୍ରଣତି ସାହୁଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ପ୍ରତାପ ଚନ୍ଦ୍ର ପ୍ରଧାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ସିଡ଼ିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଶାନ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଦର୍ଶନ ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାୟକ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ତହସିଲଦାର ଗୀତା ମୁର୍ମୁ , ବିଡିଓ ସମିର କୁମାର ପାତ୍ର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।