ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ।

76

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜାତୀୟ ପ୍ରେସ୍ ଦିବସ ଅବସରରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଅନନ୍ତ ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ନିଜ ଅଭିଭାଷଣ ରେ ମୁଖ୍ୟ ଅତିଥି ସାମ୍ବାଦିକ ମାନେ ନିଜ ନିଜ ଭିତରେ ସୁ ସମ୍ପର୍କ ରଖିବା ଏବଂ ବିଭିନ୍ନ୍ ସମ୍ବାଦ ପରିବେଷଣ କରିବା ପୂର୍ବରୁ ସମ୍ବାଦର ତଥ୍ଯ ଭିତିକ ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ଆହ୍ୱାନ ଦେଇଥିଲେ। ସେହି ପରି ସମ୍ମାନୀତ ଅତିଥି ଗଠନ ମୂଳକ ସମ୍ବାଦ ପରିବେଷଣ ନିମନ୍ତେ ଗୁରୁତ୍ଵାରୋପ କରିଥିଲେ। ଆଜିର ବୈଠକରେ ସାମ୍ବାଦିକ ଙ୍କ ବୀମା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ସଂଘ ର ସଂଗଠନ ସମ୍ପାଦକ ଶ୍ରୀ କିରଣ କୁମାର ପାଣିଗ୍ରାହୀ, କୋଷାଧ୍ଯକ୍ଷ ଶ୍ରୀ ରଞ୍ଜିତ କୁମାର ପାଢ଼ୀ ଓରଫ୍ ଟୁଟୁ ପାଢି ଙ୍କ ସମେତ ସଂଘର ସଭ୍ୟ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ରଞ୍ଜିତ କୁମାର ସାହୁ, ହରିହର ଶତପଥୀ, ରାଜେଶ କୁମାର ପୃଷ୍ଟି, ସତ୍ୟ ନାରାୟଣ ସାହୁ, ବିଶ୍ଵନାଥ ମହାପାତ୍ର, ସୁରେଶ ଚନ୍ଦ୍ର ରଥ, ସୁନୀଲ କୁମାର ଶାବତ ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ସୋମନାଥ ଗମାଙ୍ଗ ସୂଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.