ସାଇ ସେବା କେନ୍ଦ୍ରରେ ୧୦୧ ଭଜନ ସମର୍ପିତ

7


ଜନ୍ମଶତବାର୍ଷିକୀ ଉଦ୍‌ଯାପନ ଅବସରରେ ଭକ୍ତିମୟ ପରିବେଶ,

ଓଡ଼ଗାଁ, ୧୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରେ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକୀ ଉଦ୍‌ଯାପନ ବର୍ଷ ତଥା ୧୦୧ତମ ଜନ୍ମଦିନ ଅବସରରେ ସୋମବାର ୧୦୧ଟି ଭଜନ ଭକ୍ତିପୂର୍ଣ୍ଣ ଭାବେ ସମର୍ପଣ କରାଯାଇଥିଲା। ଶ୍ରୀସତ୍ୟସାଇ ସେବା ସମିତିର ସଦସ୍ୟ ଓ ସଦସ୍ୟାମାନଙ୍କ ପକ୍ଷରୁ ଆୟୋଜିତ ଏହି ଭଜନ କାର୍ଯ୍ୟକ୍ରମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଆଦର୍ଶ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ, ରେଞ୍ଜର ଅଭିମନ୍ୟୁ ମଲ୍ଲିକ, ଦୁର୍ଗାପୂଜା କମିଟି ସମ୍ପାଦକ ଉମାକାନ୍ତ ପଟ୍ଟନାୟକ, ଖେଳମଣିଷ ଦିବାକର ନାୟକ, ଓଡ଼ଗାଁ ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ସାହୁ ଏବଂ ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର ପ୍ରମୁଖ ଯୋଗଦେଇ ଭଜନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭଗବାନଙ୍କ କୃପା ଲାଭ କରିଥିଲେ।
ସେହିପରି ସେବା ସମିତିର ଆବାହକ ପ୍ରକାଶ ଆଚାରୀ, ପ୍ରଦୀପ ପତଙ୍ଗ, ମହିଳା ଭଜନ ସଂଯୋଜିକା ଦୀପ୍ତିରାଣୀ ସୁବୁଦ୍ଧି ଓ ମମତା ସାହୁ ଭଜନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସେବା କେନ୍ଦ୍ରର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକ ଓ ଯୁବ ସଂଯୋଜକ ଚନ୍ଦନ କୁମାର ପାତ୍ର ସାମୂହିକ ନାରାୟଣ ସେବା କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ।

Leave A Reply

Your email address will not be published.