ରାଜରାସ୍ତାରେ ଜମିଲା ପାଣି : ନିଷ୍କାସନର ବ୍ୟବସ୍ଥା ନାହିଁ

0 1

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବହୁକୋଟି ଟଙ୍କା ବ୍ୟୟରେ ନୟାଗଡ-ପଥରା ଓ ଓଡଗାଁରୁ ବାହାଡାଝୋଲା ରାଜ୍ୟ ରାଜପଥର ପ୍ରସସ୍ତି କରଣ କାର୍ଯ୍ୟ ସରିଲା । ସାମାନ୍ୟ ବର୍ଷାହେଲେ ଓଡଗାଁ ସିନେମାହଲ ଛକରେ ରାସ୍ତାରେ ପାଣି ଜମିରହିବାରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଭାଗିୟ ଅଧିକାରୀଙ୍କ ନିକଟରେ ଫେରାଦ ଦେଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା  ଅଭିଯୋଗ ହୋଇଛି । ଘଟଣାରୁ ଜଣାଯାଏ ଏଠାରେ ଉଚ୍ଚମାନର ରାସ୍ତା ନିର୍ମାଣ ହେଲେ ମଧ୍ୟ ବର୍ଷାଜଳ ନିଷ୍କାସନ ପାଇଁ ନିକଟରେ ଡ୍ରେନ ନିର୍ମାଣ ହୋଇନଥିବା ଅଥବା ରାସ୍ତା ନିର୍ମାଣରେ ତୃଟି ରହିବା ଯୋଗୁଁ ନିକଟରେ ଥିବା ଡ୍ରେନକୁ ଯାଉନଥିବା କାରଣରୁ ଏହା ପ୍ରଶାସନିକ ଦାୟିତ୍ବହୀନତା ଯୋଗୁ ହୋଇପାରିଥାଏ ବୋଲି ସ୍ଥାନୀୟ ଅଂଚଳବାସୀ କହନ୍ତି । ଖୁବ ଶିଘ୍ର ଏହାର ସମାଧାନ ନହେଲେ ଅସନ୍ତୁଷ୍ଟ ଜନସାଧାରଣ  ରାଜରାସ୍ତାକୁ ଓହ୍ଳାଇବେ  ବୋଲି ଚେତାବନୀ ଦେଇଛନ୍ତି । 

Leave A Reply

Your email address will not be published.