ଫାଇନାଲରେ ମେଣ୍ଢାଶାଳକୁ ହରାଇ ଇଟାମାଟି ଚମ୍ପିୟାନ
ଖୋର୍ଦ୍ଧାରୁ (ସେକ ଜାଫର ),ତା : ୧୬/୧୧/୨୦୧୬: ବେଗୁନିଆ: ବ୍ଲକ ଅନ୍ତର୍ଗତ ପୋଡ଼ାଡ଼ିହ ହାଇସ୍କୁଲ ଖେଳପଡ଼ିଆରେ ଦୁଇଦିନ ଧରି ଚାଲିଥିବା ଏସ୍.କେ. ମେମୋରିଆଲ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ମେଣ୍ଢାଶାଳ ଦଳକୁ ପରାସ୍ତ କରି ଇଟାମାଟି ଦଳ ଚଳିତ ବର୍ଷର ଚମ୍ପିୟାନ ହୋଇଛି। ଅନ୍ୟପକ୍ଷରେ ମେଣ୍ଢାଶାଳ ଦଳ ରନର୍ସଅପ୍ ଟ୍ରଫି ହାସଲ କରିଛି।
ପୋଡ଼ାଡ଼ିହ ସ୍ପୋର୍ଟ୍ସ ଆସୋସିଏସନ୍ ପକ୍ଷରୁ ନଭେମ୍ବର ୧୪ ଓ ୧୫ ତାରିଖରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ବାଲିଅନ୍ତା, ନରସିଂହପୁର, ଇଟାମାଟି, କୁରାଢ଼ିଲୋ, ମେଣ୍ଢାଶାଳ, ପୋଡ଼ାଡ଼ିହ, ରେନବୋ ଓ ଜେନାପଦା ଦଳ ମଧ୍ୟରେ କ୍ୱାର୍ଟର ଫାଇନାଲ୍ରୁ ଆରମ୍ଭ ହୋଇଥିଲା ଜୋରଦାର ପ୍ରତିଯୋଗିତା। ପରବର୍ତ୍ତୀ ପର୍ଯ୍ୟାୟରେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ରେ ଖେଳାଳିମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ତ ବିରେନ କୁମାର ନାୟକ, ସାନମାନିତ ଅତିଥି ଭାବେ ସାଇନି ଗ୍ରାଫିକ୍ସ ମୁଖ୍ୟ ଗୋପାଳ କୃଷ୍ଣ ସୁବୁଦ୍ଧି, କ୍ରୀଡ଼ାବିତ ପ୍ରଭାକର ବିଶ୍ୱାଳ ପ୍ରମୁଖ ଅତିଥିବୃନ୍ଦ ଯୋଗଦେଇଥିଲେ। ସେହିପରି ଉଦ୍ଯାପନୀ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ପରିବର୍ତ୍ତନ ଫାଉଂଡେସନ ର ନିର୍ଦେଶିକା ସୋନୁ ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ବିଲଡର ରାମଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଭଲି ବଲ କ୍ରୀଡ଼ାବିତ ହିମାଂଶୁଭୂଷଣ ଶତପଥି, ଭଲିବଲ କ୍ରୀଡା ସଂଗଠକ ଶିବଶମ୍ଭୁ ପ୍ରଧାନ ଯୋଗଦେଇ ବିଜୟୀ ଓ ଉପବିଜୟୀ ଦଳକୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ କ୍ରୀଡା ପରିଚାଳନା କ୍ରୀଡ଼ାବିତ ଦୁର୍ଯ୍ୟୋଧନ ବିଶ୍ୱାଳ, ଭାସକ ଓ ମଞ୍ଚ ପରିଚାଳନା ଶିକ୍ଷାବିତ ବସନ୍ତ କୁମାର ବେହେରା ଟୁର୍ନାମେଣ୍ଟ ସଂଯୋଜନା ଦାୟିତ୍ୱ ଶୁଭକାନ୍ତ ପ୍ରଧାନ ଓ ଯୋଗେଶ୍ୱର ମାଣିକ କରିଥିବା ବେଳେ ଅନୁଷ୍ଠାନ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।
ଏହି ଅବସରରେ ଆୟୋଜକ କମିଟି ପକ୍ଷରୁ ଖେଳାଳିମାନଙ୍କୁ ଉତ୍ସାହିତ କରାଯିବା ସହ ଗ୍ରାମାଞ୍ଚଳରେ ଭଲିବଲ୍ ଖେଳର ପ୍ରସାର, ଯୁବ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ ଏବଂ କ୍ରୀଡ଼ା ମାଧ୍ୟମରେ ଭାଇଚାରା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ପୋଡ଼ାଡ଼ିହ ସ୍ପୋର୍ଟ୍ସ ଆସୋସିଏସନ୍ର ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।