ବନ୍ଦ କୋଠରୀରୁ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

0

କଳାହାଣ୍ଡି/ତୁଲମଣି ନାଗ  : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୁଟୁରୁ ଗ୍ରାମ ର ଏଲ ନିସି ମିଶନ ସ୍କୁଲ   ଠାରେ  ଥିବା ଏକ ବନ୍ଦ କୋଠରୀ ରୁ  ଶିକ୍ଷକ ଙ୍କ  ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲରେ ସୁନ୍ଦରଗଡ଼  ଜିଲ୍ଲାର ରୋଷଣ ମୋହନ ଏକାକା  ନାମକ  ଜଣେ  ଯୁବକ ଇଂରାଜୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ । ସେ ଶୋଇଥିବା  ଉପର ମହଲା ଘରଭିତର ପଟୁ କବାଟ କିଳି ଦେଇ ସିଲିଙ୍ଗ ପଙ୍ଖା ବନ୍ଧା ଯାଉଥିବା ରଡ଼ରେ କପଡ଼ା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏନେଇ ଧର୍ମଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀ ଭିତରୁ ଝୁଲନ୍ତା  ଶବ ଜବତ କରିବା ସହ ,ଶବ ବ୍ୟବଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଛି । ହେଲେ ଝୁଲନ୍ତା ଶବ  କାଢ଼ିଲା ବେଳେ  ପରିବାର  ତରଫରୁ କେହି ଉପସ୍ଥିତ ନଥିଲେ ।ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ଆତ୍ମହତ୍ୟା  ବୋଲି କହୁଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ବିଦ୍ୟାଳୟ ର ପ୍ରିନସିପାଲ ସଞ୍ଜୟ କୁମାର ପଣ୍ଡାଙ୍କୁ  ପଚାରିବାରୁ  ସେ କିଛି ଦିନ ହେଲା କୌଣସି ମାନସିକ  ଚାପରେ  ରହିଥିବା  ପ୍ରକାଶ କରିଥିଲେ । ହେଲେ ଏହା  ପାରିବାରିକ ମାନସିକ ଚାପ ନା ସ୍କୁଲର  ମାନସିକ ଚାପ ହୋଇ ଥାଇ ପାରେ  ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡିବ । ଏନେଇ ଧର୍ମଗଡ ଥାନା କେଶ ନମ୍ବର 14/19 ରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି  ଘଟଣାର ତଦନ୍ତ ଚଲାଇ ଥିବା ଧର୍ମଗଡ ଥାନା ଅଧିକାରୀ ଡି, ପରଜା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.