ଉଦ୍ଘାଟିତ ହେଲା ପିଲାଙ୍କ ପାଇଁ ଥାନା

0

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ବିଭିନ୍ନ ପରିସ୍ଥିତିରେ ଅଥବା ଅଜ୍ଞାତରେ ଶିଶୁ ମାନେ ଅପରାଧ ଘଟାଇ କିମ୍ୱା ଅପରାଧ ଦ୍ୱାରା ପୀଡିତ  ହୋଇ ଥାନାକୁ ଆସିଥାନ୍ତି  । ଏହିପରି ଭାବରେ ଶିଶୁମାନେ ନିଜକୁ ଦୋଷୀ କିମ୍ୱା ଭୟାଳୁ ରୁପେ ବିବେଚିତ କରିଥାନ୍ତି । ସେହିପରି ଶିଶୁ ମାନଙ୍କ ମନରୁ ପୋଲିସ ଥାନା ପ୍ରତି ଥିବା ଭୟ ତଥା ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ମିଳିତ ସହଯୋଗରେ  ସୋମବାର ଦିନ  ଗଜପତି ଜିଲ୍ଲା ଆରକ୍ଷି ଅଧିକ୍ଷକ ସାରା ଶର୍ମାଙ୍କ ଦ୍ୱାରା ଗାରାବନ୍ଧ ଥାନାରେ ଦ୍ୱିତୀୟ ଶିଶୁ ମିତ୍ରଥାନାର ଉଦ୍‍ଘାଟିତ କରିଛନ୍ତି । ଏହା ପୂର୍ବରୁ ଆଦର୍ଶ ଥାନା ପାରଳାଖେମୁଣ୍ଡି ଠାରେ ଶିଶୁ ମିତ୍ର ଥାନା ଉଦ୍‍ଘାଟିତ ହୋଇସାରିଛି ।

ଶିଶୁ ମିତ୍ର ଥାନାର ମୁଖ୍ୟ ଉଦ୍ଦେଶ୍ୟ ବିଭିନ୍ନ ସମୟରେ ଅପରାଧ ଘଟାଇ କିମ୍ୱା ଅପରାଧ ଦ୍ୱାରା ପିଡୀତ ହୋଇଥିବା ଶିଶୁ ମାନଙ୍କ ନିମନ୍ତେ ଜରୁରୀ ହୋଇଥାଏ । ସେଥିପାଇଁ ସେମାନେ ମନରେ ଭୟ ଓ ମାନସିକ ଚିନ୍ତାରେ ପଡିଯାଇଥାନ୍ତି । ସେହି ଶିଶୁମାନଙ୍କୁ ଥାନାରେ ରହିବା ସମୟସୀମାକୁ ଶିଶୁ ଉପକୁଳ କରିବା ପାଇଁ ସେମାନଙ୍କ ଚିତବିନୋଦନ ପାଇଁ ବିଭିନ୍ନ ପ୍ରକାର ଖେଳଣା,କ୍ୟାରମ,ଚେସ,ଲୁଡୁ, ଚିତ୍ର ଓ ଗଳ୍ପ ପୁସ୍ତକକୁ ନେଇ ଥାନା ବେଶ ଉପଯୋଗୀ କରାଇବା ପାଇଁ ପୋଲିସ ବିଭାଗର ଅଭିନବ ପ୍ରୟାସ ।

ଉଦ୍‍ଘାଟନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ମେମ୍ୱର ଅନିତା ମିଶ୍ର,ଗାରାବନ୍ଧ ଆଇଆଇସି ସୁସାନ୍ତ କୁମାର ସାହୁ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଶିଶୁ ମଙ୍ଗଶଅଧିକାରୀ, ଗାରାବନ୍ଧ ଥାନା ସ୍ମୃତି ମଞ୍ଜୁରୀ ବଡଜେନା, ଡିଏସପି ପ୍ରକାଶଜେନା , ଗାରାବନ୍ଧ ସରପଞ୍ଚ ଭେନୁଗୋପାଲ ରାଓ ଓ ଜିଲ୍ଲା ଶିଶୁ ସୁରକ୍ଷା ସମସ୍ତ କର୍ମଚାରୀ ତଥା ଚାଇଲଡ ଲାଇନର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.