ପୁରୀ ଓ ଭୁବନେଶ୍ୱରରୁ କୋଣାର୍କ-ଅସ୍ତରଙ୍ଗକୁ ନୂଆ ରେଲ ଲାଇନ ପାଇଁ ଦାବୀ Recent News By SPNEWS On Jan 25, 2018 0 Share ଭୁବନେଶ୍ୱର: ପ୍ରାଚୀ ସାଂସ୍କୃତିକ ସମିତି, ଭୁବନେଶ୍ୱରର ସଭାପତି, ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଏକ ଦାବି ପତ୍ର ନିମ୍ନୋକ୍ତ ୨ଟି ରେଳ ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରୀ ଓ ଅଧ୍ୟକ୍ଷ ରେଲୱେ ବୋର୍ଡକୁ ପଠାଇଛନ୍ତି । ପ୍ରସ୍ତାବିତ ଦୁଇଟି ରେଳପଥ ହେଲା ୧. ପୁରୀ-କୋଣାର୍କ-ଅସ୍ତରଙ୍ଗ ୨. ଭୁବନେଶ୍ୱର-ଖୋର୍ଦ୍ଧାରୋଡ଼-ପିପିଲି-ନିମାପଡ଼ା-ଚାରିଛକ-କାକଟପୁର-ଅସ୍ତରଙ୍ଗ (ଏହା ଖୋର୍ଦ୍ଧା ରୋଡ଼ରୁ ଆରମ୍ଭ ହୋଇ ଅସ୍ତରଙ୍ଗ ପର୍ଯ୍ୟନ୍ତ ଯିବ) `| ଏହାର ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଓ ଓଡ଼ିଶାର ସମସ୍ତ ଲୋକସଭା / ରାଜ୍ୟ ସଭା ଏମ୍.ପି ମାନଙ୍କୁ ଏ ବିଷୟରେ ସୁପାରିଶ କରିବାକୁ ମଧ୍ୟ ପଠାଇଛନ୍ତି । ପୁରୀ, ଖୋର୍ଦ୍ଧା ଓ ଓଡ଼ିଶାର ପ୍ରମୁଖ ବ୍ୟକ୍ତିମାନେ ଏହି ରେଳ ପ୍ରକଳ୍ପ ଦୁଇଟିକୁ କାର୍ଯ୍ୟକାରୀ କରିବାପାଇଁ ସ୍ୱର ଉତ୍ତୋଳନ କରିବାକୁ ଇଂ ଷଡ଼ଙ୍ଗୀ ଅନୁରୋଧ ଜଣାଇଛନ୍ତି । ଏ ସମ୍ବନ୍ଧରେ ସବୁ ଗଣ ମାଧ୍ୟମ ତରଫରୁ ଦାବୀ ହେବାପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଉକ୍ତ ରେଲ ପ୍ରକଳ୍ପ ୨ଟି ତୁରନ୍ତ କାର୍ଯ୍ୟକାରୀ କରାଗଲେ ପ୍ରାଚୀ ଅବବାହିକା ତଥା ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଯଥା: ଅସ୍ତରଙ୍ଗ, କୋଣାର୍କ, କାକଟପୁର ନିମାପଡ଼ା, ପିପିଲି, ନିଆଳି, ଅଡ଼ସପୁର, ଇତ୍ୟାଦି ସମୃଦ୍ଧ ହେବ । କୋଣାର୍କ ଓ କାକଟପୁର ମା ମଙ୍ଗଳା, ମାଧବ ଚୈାରାସୀ ଇତ୍ୟାଦି ମନ୍ଦିର ସ୍ଥଳକୁ ଟୁରିଷ୍ଟ ମାନଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଏ ଅଞ୍ଚଳରେ ଛୋଟ ବଡ଼ ଶିଳ୍ପ ସଂସ୍ଥା ସ୍ଥାପନ ସହ -ସୁରକ୍ଷା ତଥା ବାଣିଜ୍ୟ ଦୃଷ୍ଟିରୁ ଅସ୍ତରଙ୍ଗ ବନ୍ଦରର ଦ୍ରୁତ ଉନ୍ନତି ହେବ ବୋଲି ପ୍ରାଚୀ ସାଂସ୍କୃତିକ ସମିତିର ସଭାପତି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail