ଓଡଗାଁରେ ବିଦ୍ୟୁତ ଯୋଗାଣରେ ବାଧାପ୍ରାପ୍ତ : ଗରମ ଓ ଗୁଳୁଗୁଳିରେ ୧୦ଘଂଟା ସଢିଲେ ଲୋକେ

0

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ନୟାଗଡ ଗ୍ରୀଡରୁ ଶରଣକୁଳ ଏବଂ ଓଡଗାଁକୁ ଆସିଥିବା ୩୩ କେଭି ବିଦ୍ୟୁତ ଲାଇନ ସାମାନ୍ୟ ପବନର ଆଘାତରେ ସଂଯୋଗ ବିଛିନ୍ନ ହେବା ଯୋଗୁଁ ସ୍ଥାନୀୟ ଅଂଚଳର ହଜାର ହଜାର ଉପଭୋକ୍ତା ଗୁରବାର ଦିନ ରାତିରେ ୧୦ଘଂଟା ଧରି ପ୍ରବଳ ଗରମ ଓ ଗୁଳୁଗୁଳୀରେ ଶଢିଥିବା ଜଣାଯାଇଛି । ବର୍ଷା ଆସିଲେ କିମ୍ବା ବିଜୁଳି ମାରିଲେ ସାଧାରଣ ଭାବେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଅନ୍ତି ବିଦ୍ୟୁତ ବିଭାଗ । ବହୁ ସମୟ ଦରି ଏପରି କାରଣରୁ ଅନ୍ଧକାର ଲାଗି ରହୁଥିବାରୁ ପାଠ ପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ । ୩୩ କେଭି, ୧୧ କେଭି ହେଉ କିମ୍ବା ଏଲଟି ଲାଇନ ହେଉ ସମୟାନୁକ୍ରମେ ଏଗୁଡିକର ମରାମତ କାମ ସଠିକ୍ ରୁପେ ପରିଚଳନା ହେଉନଥିବାରୁ ଅଥବା ନିମ୍ମମାନର ଯନ୍ତ୍ରାଂଶ ବ୍ୟବହାର ଫଳରେ ବହୁ ସମସ୍ୟା ସୃଷ୍ଟି ହେଉଛି । ବାରମ୍ବାର ଏହିପରି ଘଟୁଥିଲେ ସୁଧା ଏଥିପ୍ରତି କାହାର ନିଘାନାହିଁ । ପ୍ରାପ୍ତ ସୂଚନାରୁ ଜଣାଯାଏ ନୟାଗଡ ଠାରୁ ଓଡଗାଁ ଆସିଥିବା ୩୩ ବିଦ୍ୟୁତ ଲାଇନ ବିଲ, ବନ, ପାହାଡ, ନଦୀ ଆଦି ଅତିକ୍ରମ କରି ଆସିଥିବା ବେଳେ ସାମାନ୍ୟ ମେଘର ସୂଚନା ଆସିବା କ୍ଷଣି ରଘୁନାଥପୁର ଜଙ୍ଗଲ ମଧ୍ୟରେ ବ୍ୟତିକ୍ରମ ଯୋଗୁଁ ଗୁରବାର ଅପରାହ୍ନ ୪ଟା ବେଳେ ଓଡଗାଁକୁ ବିଦ୍ୟୁତ ଯୋଗାଣ ବିଛିନ୍ନ ହୋଇଥିଲା । ବିଦ୍ୟୁତ ଖୁଂଟକୁ କଂଟା, ଲତା, ବୁଦା ଘେରି ରହିଥିବାରୁ ତାକୁ ସଫାକରି ମରାମତ କରିବାରେ ବିଳମ୍ବ ଘଟିଥିଲା । ରୁତୁର ପରିବର୍ତନ ଅନୁସାରେ ଆବଶୟକ ମରାମତ ସହିତ  ବିଦ୍ୟୁତ ଯୋଗାଣର ଦିର୍ଘ ସ୍ଥାୟୀ ବନେ୍ଦାବସ୍ତ କରାଗଲେ ଅନେକ ସମସ୍ୟାକୁ ଦୁରେଇ ଦିଆଯାଇ ପାରନ୍ତା । ଏବଂ ଉପଭୋକ୍ତା ଭଲ ସେବା ପାଇ ପାରନ୍ତେ ।

Leave A Reply

Your email address will not be published.