ଡମ୍ପର ଧକାରେ ବାଇକ ଆରୋହୀ ଙ୍କ ମୃତ୍ୟୁ

0

ବାରିପଦା– ଆଜି ଅପରାହ୍ନ ସମୟରେ ବାରିପଦା – ଉଦଳା ରାଜ୍ୟ ରାଜପଥର ଖୁଣ୍ଟାଥାନା ଅନ୍ତର୍ଗତ ଟିଟିଆ ଛକ ନିକଟରେ ଏକ ମର୍ମନ୍ତୁକ ସଡକ ଦୂର୍ଘଟଣା ଘଟିଯାଇଅଛି । ଏକ ଡମ୍ପର ସାମ୍ନାପଟୁ ବାଇକକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁୁ ଘଟିଅଛି । ମୃତକ ଜଣକ ହେଲେ ବଡସାହି ଥାନା ଅନ୍ତର୍ଗତ ଇଟାମୁଣ୍ଡିଆ ଗ୍ରାମର ସୁନୀଲ କୁମାର ଚୈାଧୁରୀ (୪୬) । ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି ।  ଦୁର୍ଘଟଣା ଘଟାଇଥିବା ଡମ୍ପରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଅଛି ।  ଖବରପାଇ ବାରିପଦା ବିଧାୟକ ପ୍ରକାଶ  ସୋରେନ ସୁନୀଲଙ୍କ ଘରକୁ ଯାଇ ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଜଣାଇଥିଲେ  ।

Leave A Reply

Your email address will not be published.