ବିବାଦରେ ପାଟଣାଗଡ ବିଧାୟକ : ରିପୋର୍ଟକୁ ଅପେକ୍ଷା

0

 ବଲାଙ୍ଗିର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) । ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍‌ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ୫ମିନିଟ ମଧ୍ୟରେ ଶହେ ଥର ଉଠ୍‌ବସ୍ ହେବା ଓ ଉଠବସ ନହେଲେ ଲୋକେ ମାଡମାରିବେ ବୋଲି କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀ ବିଧାୟକଙ୍କ କଥା ମାନି ଉଠ୍‌ବସ୍ ମଧ୍ୟ ହେଉଛନ୍ତି।ପୁଣି ଉଠ୍‌ବସ୍ ହେବା ପାଇଁ ବାଧ୍ୟ କରିବାରୁ ଅଧିକାରୀ ଜଣକ ହାତଯୋଡ଼ି  ନେହୁରା ହେଉଥିବା ଭିଜୁଆଲରେ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷେ, ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ରାସ୍ତାକାମ ଚାଲିଛି। ତେବେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ସେ ଅସହାୟତା ପ୍ରକାଶ କରିଛନ୍ତି। ବଲାଙ୍ଗୀର ଜିଲ୍ଲାପାଲ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିକ୍ରିୟା ରେ କହିଛନ୍ତି ଯେ ଆମେ ସୋସିଆଲ ମିଡିଆର ରେ ଭିଡିଓ ଭାଇରାଲ୍ ହେଇଥିବା ଜାଣିବାକୁ ପାଇଲୁ। ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଘଟଣା ର ସତ୍ୟା ସତ୍ୟ ରିପୋର୍ଟ୍ ମାଗିଛୁ। ସେ ଯେ କେହିବି ହେଉ ଆଇନ ହାତକୁ ନେବା କଥା ନୁହଁ।
ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ସରକାରୀ କର୍ମଚାରୀ କୁ ଉଠ ବସ କରିବା ନିନ୍ଦନୀୟ। ଆଇନ ଅନୁଯାୟୀ ପଦକ୍ଷେପ ନେବା କଥା। ଠିକ ସେହିପରି ମୁକେଶ ମହାଲିଙ୍ଗ ଉକ୍ତ ଭିଡିଓର ତର୍ଯ୍ୟମା କରାଯିବା ଓ ଶାଳୀନତା  ରକ୍ଷା କରିବା କଥା ବୋଲି କହିଥିଲେ। ଆଉମଧ୍ୟ କହିଛନ୍ତି ଯେ ନୂତନ ବିଧାୟକମାନଙ୍କୁ ତାଲିମ ଦେବା କଥା । ଶପଥ ପାଠ ଦିନ ବିଧାୟକ ମାନଙ୍କୁ କାର୍ଯ୍ୟ ପ୍ରଣାଳୀ ଉପରେ ବହି ଦିଆଯାଇଛି କେତେଜଣ ପଢୁଛନ୍ତି କେତେଜଣ ପଢୁନାହାନ୍ତି। ତାହା ଯାହା ବି ହେଉ ଆଇନ ହାତକୁ ନ ନେବା କହିଛନ୍ତି । ଆଗାମୀ ଦିନରେ କଣ ହୋଇପାରେ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ରହିଲା।

Leave A Reply

Your email address will not be published.