ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ : ଭକ୍ତ, ସୂର୍ଯ୍ୟକାନ୍ତ, ସାନ୍ତନୁ ଓ ଉପେନ୍ଦ୍ର ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

0

ବଲାଙ୍ଗିର/ଟିଟିଲାଗଡ(niroj mishra)– ଟିଟିଲାଗଡ ସ୍ଥିତ କୁମୁଡା ପାହାଡ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୁମୁଡା ପାହାଡ ସୁରକ୍ଷା ସମିତି ଆନୁକୂଲ୍ୟରେ ତଥା ଜିଲ୍ଲା ବନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି କ୍ୟାବିନେଟ ମନ୍ତ୍ରୀ, ଓଡିଶା ସରକାର, ଟୁକୁନୀ ସାହୁ ଯୋଗ ଦେଇ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ତାକୁ ବଂଚାଇ ରଖିପାରିଲେ ତାହା ହିଁ ହେବ ବିଶ୍ୱ କୁ ମହାପ୍ରଳୟ ରୁ ରକ୍ଷା କରିବାର ସହଜତମ ଉପାୟ  ବୋଲି କହିଥିଲେ  । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବନ ବିଭାଗ ଅଧିକାରୀ ସମୀର କୁମାର ଶତପଥୀ, ଉପ-ଜିଲ୍ଲାପାଳ ଟିଟିଲାଗଡ ସୁଧାକର ନାୟକ, ତହସିଲଦାର ଟିଟିଲାଗଡ ସ୍ୱଦୀପ  କୁମାର ଟପ୍ପୋ, ଗୋଷ୍ଠୀ  ଉନ୍ନୟନ ଅଧିକାରୀ  ଟିଟିଲାଗଡ ବ୍ଲକ ମୋତିଲାଲ ସୁଲିଆ, ଏ.ଇ.ଏନ୍.ଇକୋ, ରେଳବାଇ ଟିଟିଲାଗଡ କାଶୀନାଥ ସାହା, ଏସ.ଡି.ଓ ପୂର୍ତ୍ତ ବିଭାଗ ଟିଟିଲାଗଡ ଆଲୋକ ନାଏକ, ସହକାରୀ ଉଦ୍ୟାନ ନିଦେ୍ର୍ଧଶକ ଟିଟିଲାଗଡ ହିମାଂଶୁ ଶେଖର ସାହୁ, ମୁଖ୍ୟବକ୍ତା ଭାବେ ବିଭାଗୀୟ ମୁଖ୍ୟ ରାଜନୀତି ବିଜ୍ଞାନ ଡ. ରମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ଲୋଇସିଂହା ବ୍ଲକରୁ ଲୋଇସିଂହା ମହତାବ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଇନ-ଚାର୍ଜ ଭକ୍ତ ଚରଣ ନାଏକ, ତୁରେକେଲା ବ୍ଲକରୁ ସୂର୍ଯ୍ୟକାନ୍ତ ରଣା, ପାଟଣାଗଡ  ବ୍ଲକରୁ ସାନ୍ତନୁ କୁମାର ବୁଦ୍ଧିଆ, ଟିଟିଲାଗଡ ବ୍ଲକରୁ ଉପେନ୍ଦ୍ର ବାଗଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ବରୁ ଆୟୋଜିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  କୁମୁଡା ପାହାଡ ସୁରକ୍ଷା ସମିତିର ଉପେନ୍ଦ୍ର ବାଗ । ଶେଷରେ  ଧନ୍ୟବାଦ ଦେଇଥିଲେ ଧର୍ମେନ୍ଦ୍ର ସାହୁ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଟିଟିଲାଗଡ ରେଞ୍ଜ ଅଫିସର ଜିତେନ୍ଦ୍ରୀୟ ନନ୍ଦ, ଫରେଷ୍ଟର ଭୁବନେଶ୍ୱର କୁମ୍ଭାର ଜୟକୃଷ୍ଣ ଭୋଇ, ଭବାନୀ ସ୍ୱାଇଁ, ପୁଷ୍ପାଞ୍ଜଳୀ ସ୍ୱାଇଁ, ଫରେଷ୍ଟଗାର୍ଡ ଡି.କେ ପରିଡା,  ନିକୁର ଭୋଇ, ପ୍ରଜ୍ଞା ପ୍ରିୟଦର୍ଶିନୀ ମହାରଣା, ସୁରେନ୍ଦ୍ର ମହାରଣା, ଶୁଭସ୍ମିତା ମେହେର, ନିଲୁ ବରିହା, ତଥା କୁମୁଡା ପାହାଡ ସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟା ।

Leave A Reply

Your email address will not be published.