ପ୍ରଦୂଷଣ ବଳୟ ଭିତରେ ସାରା ବିଶ୍ୱ

0

ଯାଜପୁର ରୁ ସୁବାଷଚନ୍ଦ୍ରନାୟକ  ଗତକାଲି ପାଳନ ହୋଇଯାଇଛି ବିଶ୍ୱ ପଯ୍ୟାବରଣ ଦିବସ | ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳ ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି | ମଣିଷ ଜୀବନଯାପନ କରିବାପାଇଁ କଷ୍ଟସାଧ୍ୟ ହୋଇପଡିଛି ଏଥିରୁ ବାଦ ପଡିନି ଯାଜପୁର ଜିଲ୍ଲା ର କଳିଙ୍ଗନଗର ଏଠାରେ ବାରଟି ରୁ ଉର୍ଦ୍ଧ କଳ କାରଖାନା ଗଢି ଉଠିଛି | ପ୍ରଦୂଷଣ ର ମାତ୍ରା ବଢିବଢି ଚାଲିଥିବା ବେଳେ ପ୍ରଦୂଷଣ ବିଭାଗ ଚିରନିଦ୍ରା ରେ ଶୋଇଛି | ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଳକାରଖାନାର ଧୂଳି ଧୂଆଁ ବାୟୁମଣ୍ଡଳ କୁ ବେଶୀ ମାତ୍ରା ରେ ପ୍ରଭାବିତ କରୁଛି | ମଣିଷ ନିଜକୁ ଆରାମଦାୟକ ଜୀବନ ଯାପନ କରିବା ପାଇଁ ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର ବାୟୁମଣ୍ଡଳ କୁ ଅଧିକ ଦୂଷିତ କରୁଛି |ଏକ ସର୍ଭେ ରୁ ଜଣାପଡିଛି ଯେ ଅଙ୍ଗାରକାମ୍ଳ ଠାରୁ ମିଥେନ ଗ୍ୟାସ 33%ଅଧିକ ପ୍ରଭାବ ପକାଉଛି ଅଧିକ ପ୍ରଦୂଷଣ ହେଉଥିବା ସହର ଦିଲ୍ଲୀ ରେ ବୋତଲରେ ଅମ୍ଳଜାନ ବିକ୍ରି ଆରମ୍ଭ ହେଲାଣି |ଏପରି ଅସନ୍ତୁଳନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିବେଶ ଜଗତ ପ୍ରତି ଭୟଙ୍କର ବିପଦ ଟାଣି ଆଣୁଛି | ନିକଟରେ ହୋଇଥିବା ଫନି ମହାବାତ୍ୟା ବି ପରିବେଶ କୁ ନଷ୍ଟ କରିଦେଇଛି ରାଜ୍ୟରେ ଆଠଟି ସହର ପ୍ରଦୂଷଣ ବଳୟ ଭିତରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ସହର ଆଗରେ ଅଛି ସରକାର ବାୟୁ ପ୍ରଦୂଷଣ ରୋକିବାକୁ ପ୍ରତେକ ବର୍ଷ ପାଞ୍ଚ ମିଲିଅନ ଟଙ୍କା ଖର୍ଚ୍ଚ କରୁଛନ୍ତି | ପରିବେଶବିତ୍ ଙ୍କ ଅନୁସାରେ ପ୍ରାୟ ନବେ ପ୍ରତିଶତ ଲୋକେ ସୁସ୍ଥବାୟୁ ପାଇବାରୁ ବଂଚିତ ଯଦି ଏହି ଅନୁସାରେ ପ୍ରଦୂଷଣ ହୁଏ ତେବେ ଆଗାମୀ ଦିନରେ ପୃଥିବୀ ର ଜନସଂଖ୍ୟା ଲୋପ ପାଇବାର ଆଶଙ୍କା କୁ ଏଡାଇ ଦିଆ ଯାଇ ନପାରେ |

Leave A Reply

Your email address will not be published.