ପୁରୁଣାକଟକରେ ପରିବହନ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

0

ବୌଦ/ ଶାସକ ପ୍ରଶାସକ :  ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ବାଣିଜ୍ୟ ଓ ପରିବହନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ବିରମହରାଜପୁର ବିଧାୟକ ତଥା ହରଭଙ୍ଗା ଅଞ୍ଚଳର ପୂର୍ବତନ ବିଧାୟକ ପଦ୍ମନାଭ ବେହେରା ମଙ୍ଗଳବାର ପ୍ରଥମ ଥର ପାଇଁ ନିଜର ପୂର୍ବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣାକଟକ ସ୍ଥିତ ପ୍ରସିଦ୍ଧ ଦୈବୀପୀଠ ତଥା ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ଦର୍ଶନ କରି ଫେରିଯାଇଛନ୍ତି।ନିଜ ଅଞ୍ଚଳର ପୂର୍ବତନ ଲୋକପ୍ରିୟ ନେତା ମା ଙ୍କ ଦର୍ଶନ ପାଇଁ ଆସିଥିବା ଖବର ପାଇ ସ୍ଥାନୀୟ ବୁଦ୍ଧିଜୀବି ଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ଶତାଧିକ ଲୋକ ସେଠାରେ ପହଞ୍ଚି ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ ଜନତା ଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିବା ସହିତ ମା ଙ୍କ ପୀଠ ର ଉନ୍ନତି କରଣ ସକାଶେ ବିସ୍ତୃତ ଭାବେ ଅନୌପଚାରିକ ଆଲୋଚନା କରିଥିଲେ।ଆଲୋଚନା ବେଳେ ସେ ମା ଭୈରବୀ ଙ୍କ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତିକରଣ ପାଇଁ ନିଜ ତରଫରୁ ଯଥାସମ୍ଭବ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।ସଂକୀର୍ଣ୍ଣ ରାଜନୀତିରୁ ଓହରି ଏହି ଅଞ୍ଚଳର ଜଣେ ପୂର୍ବତନ ଲୋକପ୍ରିୟ ନେତାଙ୍କୁ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ସମ୍ବର୍ଦ୍ଧିତ କରିବା ଘଟଣା କୁ ଜଣାଶୁଣା ମହଲରେ ସ୍ୱାଗତ କରିବା ସହିତ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.