ଇମେଲ୍, ଏସଏମ୍ଏସ୍, ହ୍ୱାଟସ୍ ଆପ୍ରେ ଦେଇହେବ ମତାମତ
ଭୁବନେଶ୍ୱର, : ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ନେଇ ବଜେଟର ପୂର୍ବପ୍ରସ୍ତୁତି କରିଆସୁଛିା ବିଗତ ବର୍ଷମାନଙ୍କରେ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଛି ଏବଂ ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ୍ budget.odisha.gov ଜରିଆରେ ଇ-ମେଲ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ମତାମତ ସଂଗ୍ରହ କରିଥିଲୋ ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍ ଏହି ପୋର୍ଟାଲରେ ଉପଲବ୍ଧା
ବର୍ତ୍ତମାନ ୨୦୧୯-୨୦ ବାର୍ଷିକ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛନ୍ତି ଯାହାକି ୱେବସାଇଟ ଉପଲବ୍ଧ ହେଉଛିା ଏହି ପରାମର୍ଶଗୁଡ଼ିକ ଇମେଲ୍ ଦ୍ୱାରା [email protected] ଠିକଣାରେ ପଠାଯାଇ ପାରିବା ସେହିପରି ଜନସାଧାରଣ ବଜେଟ୍ ସମ୍ବନ୍ଧୀୟ ମତାମତ ହ୍ୱାଟସ୍ଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ (୯୧) ୯୪୩୮୧୬୧୧୧୧ ମୋବାଇଲ୍ ନମ୍ବରକୁ ମଧ୍ୟ ପଠାଇପାରିବ |ଏହି ସୁବିଧା ଚଳିତ ଜୁନ୍ ୪ରୁ ୧୫ ତାରିଖ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି
ଜନସାଧାରଣ, ନାଗରିକ ସମାଜ ଓ ଅନ୍ୟାନ୍ୟ ସମ୍ବନ୍ଧ ପକ୍ଷମାନେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକି୍ରୟ ଯୋଗଦାନ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଅନୁରୋଧ କରିଛନ୍ତିା ଏହି ଅବସରରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ